ଜନନୀ ମୋ ଜନ୍ମ ଭୂମି
ଜନନୀ ମୋ ଜନ୍ମ ଭୂମି
ମଥାରେ ଯାହାର
ପାଦ ଥାପିଛି
ସେଠି ଅଳି ଅଝଟରେ ବଢିଛି
ତା’ରି ପାଣି ପବନ ସତ୍ତା
ରୋମନ୍ଥନ କରି
ଜୀବନ ସାଇତା
ଖାଦ୍ୟ ଫଳଫୁଲ ଅସରନ୍ତି ଭଣ୍ଡାର
ଏ ଅବୟବ ଗଢା ଜୀବନ ସଂଚାର
ଉଦାର ଚିତ୍ତେ
ଯେ ଦେଇ ଚାଲିଛି
ମନେ କେବେ ନାହିଁ କଳ୍ମଷ ତା’ର
ଆଉ କେହି ନାହିଁ ଜନନୀ ମୋ ଜନ୍ମ ଭୂମି ସେ ମୋର ।।
ନିଜ ସୁରକ୍ଷା ନିଜେ କରେ ଖଞ୍ଜରେ
ଜଗତ ପ୍ରାଣି ଉଦ୍ଭିଦ ନିଜର କରେ
ବିଳାପ କେବେ କେ ଦେଖିଛି କୁହ
ତେଣୁ ଏ ମାନବ
ତା ଝରାଏ ଲୁହ,
ଦାନବ ସାଜି ମାନବ କରେ ବଳାତ୍କାର
ବୃକ୍ଷ ଗଛ ପଶୁ
କାଟି ଜୋରଯାର
ଯେ ଝା ଆବଶ୍ୟକ ବଳେ କରନ୍ତି କଷି
ତଥାପି ଜନନୀ ମୋ ଜନ୍ମଭୂମି କଷଣ
ଦିଏନା ଲେଉଟି ଆସି।।
ପ୍ଲାଷ୍ଟିକ୍ ପ୍ରଦ୍ୟୁଷଣ ନାନା ଆବର୍ଜନା
ସହି ଚାଲିଥାଏ ହୋଈ ଆନମନା
ସାଗର ପର୍ବତ ବାୟୂ ମଣ୍ଡଳ ତାର
ମନଇଛା ସଭିଏଁ ସବୁଠି କରନ୍ତି ଅତ୍ୟାଚାର
ବୁଦ୍ଧି ଜିବୀ ପ୍ରାଣି ମାନବ ଜୀବ
ସ୍ବାର୍ଥ ସାଧନକୁ
ଭାବି ତା ବୈଭବ
କେହି ଦେଖନ୍ତିନି ତା ଅଦୃଶ୍ୟ କାନ୍ଦ
ସାରା ମାନବଙ୍କ ପାଇଁ ଏ ପରା ବିନାଶ ଛନ୍ଦ ।।
ବୈଜ୍ଞାନିକ ସାଧୂ
ଦେଲେ ଚେତାଇ
ପ୍ରଦ୍ୟୂଷଣ ରୋକିବାକୁ ଲାଗରେ ଭାଇ
ଅଦୃଶ୍ୟେ କାନ୍ଦେ ଜନନୀ ମୋ ଜନ୍ମଭୂମିଟି
ନହେଲେ ମାନବ ତୁ ଶିଘ୍ର ଲୋଟିବୁ ସେଠି ।।
ପ୍ରତିଜ୍ଞା କରିବା ଆସ ସମସ୍ତେ ମିଶି
କୁୁକର୍ମ ରୋକିବା
ଆମ୍ଭେ ସାହସି
ଜନମ ଭୂଇଁକୁ
ସୁରକ୍ଷା ଦେବା
ତା’ରି ସୁଖରେ
ସଭିଏଁ ହସିବା
ପ୍ରାଣ ବଳି ଦେବା ସେଚରଣେ
ଜନନୀ ମୋ ଜନ୍ମ ଭୂମିର ସକଳ ବିପଦ ଯିବରେ ଖସି…..।
