STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜଣାଣ କରୁଛି ପ୍ରଭୁ

ଜଣାଣ କରୁଛି ପ୍ରଭୁ

1 min
225

ନେତ୍ର ଉତ୍ସବରେ ଦେବ ଦରଶନ

 ହେ ମୋର କଳା ଗୋସାଇଁ

ନର ଜନମ ମୋ ହୋଇବ ସାର୍ଥକ

 ଆହେ ପ୍ରଭୁ ଭାବଗ୍ରାହୀ।

ତୁମ ଦରଶନ ନ ପାଇ ମଣିମା

 ବିକଳ ଥିଲା ପରାଣ

ଦିବସ ରଜନୀ ତୁଚ୍ଛ ଲାଗୁଥିଲା

 ନ ଦେଖି କଳା ବଦନ

ଏ ନେତ୍ର ଉତ୍ସବ ହରିଛି ବିଷାଦ

 ଦେଖିବି ଶ୍ରୀମୁଖ ମୁହିଁ।


କରୁଛି ଜଣାଣ ହେ ଜଗଜ୍ଜୀବନ

ତୁମ ଶ୍ରୀମୁଖକୁ ଚାହିଁ


ସବୁ ପାପ ତାପ ମୋଚନ ହୋଇବ

 ସଂସାରୁ ତରିବି ମୁହିଁ

ଜନମ ଜନମ ପାପ ଧୋଇ ଯିବ

 ଆହେ ନୀଳାଦ୍ରି ଗୋସାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational