ଜନ୍ମସ୍ଥାନ
ଜନ୍ମସ୍ଥାନ
ଯେଉଁଠି ଜଳିଥିଲା
ପ୍ରଥମ ନିଆଁ
ଉଠିଥିଲା ପ୍ରଥମ ଧୂଆଁ
ଶୁଭିଥିଲା ପ୍ରଥମ କୁଆଁ
ତା ମାଟି
ତା ପାଣି
ତା ପବନ
ଯେତେ ଦୂରେଥିଲେ
ମୋତେ କରେ କିମିଆଁ
ସେ ସ୍ମୃତି
ପିଲା ବେଳ
ବାଲି ଖେଳ
ସାଙ୍ଗ ମେଳ
ଦୋଳି ଖେଳ
ଭାବି ଭାବି
କଟୁଥାଏ ବାକିଥିବା ବେଳ
ସେଠିକା ସଭିଙ୍କ
ସ୍ନେହ ଶ୍ରଦ୍ଧା ଭଲପାଇବା
ଆତ୍ମିୟତା ଅନ୍ତରଙ୍ଗତା
ଯେଉଁଠି ମହ ମହ ବାସୁଥାଏ
ସେ ଭୂମି ହିଁ
ମୋ ଜନ୍ମ ଭୂମି
