STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ଜନ୍ମସ୍ଥାନ

ଜନ୍ମସ୍ଥାନ

1 min
272

ଯେଉଁଠି ଜଳିଥିଲା

ପ୍ରଥମ ନିଆଁ

ଉଠିଥିଲା ପ୍ରଥମ ଧୂଆଁ

ଶୁଭିଥିଲା ପ୍ରଥମ କୁଆଁ

ତା ମାଟି

ତା ପାଣି

ତା ପବନ

ଯେତେ ଦୂରେଥିଲେ

ମୋତେ କରେ କିମିଆଁ


ସେ ସ୍ମୃତି

ପିଲା ବେଳ

ବାଲି ଖେଳ

ସାଙ୍ଗ ମେଳ

ଦୋଳି ଖେଳ

ଭାବି ଭାବି

କଟୁଥାଏ ବାକିଥିବା ବେଳ


ସେଠିକା ସଭିଙ୍କ

ସ୍ନେହ ଶ୍ରଦ୍ଧା ଭଲପାଇବା

ଆତ୍ମିୟତା ଅନ୍ତରଙ୍ଗତା

ଯେଉଁଠି ମହ ମହ ବାସୁଥାଏ

ସେ ଭୂମି ହିଁ

ମୋ ଜନ୍ମ ଭୂମି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract