Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଜନ୍ମମାଟି

ଜନ୍ମମାଟି

1 min
461


ଆମ ଜନ୍ମମାଟି ଜୀବନେ ଚନ୍ଦନ

ମଥାର ଚନ୍ଦନ ହେଉ, 

ଆମ ମାତୃଭାଷା ଜନନୀର ଭାଷା

ଗୌରବ ଭାଷାର ହେଉ ।


ଗୁଞ୍ଜୁ ମାତୃଭାଷା ଗୃହରେ ଆମର

ମିଳୁ ଶିକ୍ଷା ମାତୃଭାଷା,

ଅଧିକାର ପାଇଁ ଲଢିବା କର୍ତ୍ତବ୍ୟ

ରକ୍ଷା ହେଉ ମାତୃଭାଷା ।


କର୍ତ୍ତବ୍ୟଟି ଆମ ଜୀବନ ଯାତ୍ରାରେ

ରହିବା କର୍ତ୍ତବ୍ୟେ ବାନ୍ଧି,

ଏକତ୍ରିତ ହୋଇ ଅଧିକାର ପାଇଁ

ରହିବା ସର୍ବଦା ଛନ୍ଦି ।


ଏକତ୍ରିତ ହେଲେ ବିଜୟୀ ହୋଇବା

ନାହିଁ ତହିଁ କାର ଶକ୍ତି,

କୁଚକ୍ରଟି ହେଉ ଯେତେ ଆମ ପ୍ରତି

ଏକତ୍ରିତ ଆମ ଶକ୍ତି ।


ଅଧିକାର ଆମ ଭାଷାରେ ପଢିବା

ସମ୍ବିଧାନ ଦିଏ ଶକ୍ତି,

କର୍ତ୍ତବ୍ୟଟି ଅଟେ ରାଜ୍ୟ ସରକାରେ

ଦେବେ ମାତୃଭାଷା ଶକ୍ତି ।


କର୍ତ୍ତବ୍ୟ ତାଙ୍କର ଦେବେ ଭାଷା ବହି

ଦେବେଟି ଭାଷା ଶିକ୍ଷକ,

ସବୁ କ୍ଷେତ୍ରେ ହେବ ମାନ୍ୟତା ଭାଷାର

ନହୁଟି ଭାଷା ଭକ୍ଷକ ।


ଜାଗ୍ରତ ହୁଅହେ ଭାଷାପ୍ରେମୀ ଭାଇ

ଭାଷାର କର ଆଦର,

ମାତୃଭାଷା ଶିକ୍ଷା ଦିଅହେ ସନ୍ତାନେ

ଟାଣଟି ରଖ ଭାଷାର ।


ନୂଆ ଶିକ୍ଷାନୀତି ଦେଶେ ଆସି ଅଛି

ମାତୃଭାଷା ଅନିବାର୍ଯ୍ୟ,

ପ୍ରାରମ୍ଭିକ ଶିକ୍ଷା ମାତୃଭାଷା ହେବ

କାନୂନରେ ଅନିବାର୍ଯ୍ୟ ।


ଭାଷାରେ ପଢିବା କର୍ତ୍ତ୍ୟବଟି ଆମ

ହେଳା କର କାହିଁ ପାଇଁ,

ସନ୍ତାନକୁ ଦିଅ ଓଡ଼ିଆରେ ଶିକ୍ଷା

ଲଜ୍ୟା କର କାହିଁ ପାଇଁ ।


ଆମ ଜନ୍ମମାଟି ଜୀବନେ ଚନ୍ଦନ

ମଥାର ଚନ୍ଦନ ହେଉ,

ଆମ ମାତୃଭାଷା ଜନନୀର ଭାଷା

ଗୌରବ ଭାଷାର ହେଉ ।


Rate this content
Log in