STORYMIRROR

Prabhati Mahapatra

Inspirational Children

4  

Prabhati Mahapatra

Inspirational Children

ଜନ୍ମଦିନ

ଜନ୍ମଦିନ

1 min
258


ସୌଭାଗ୍ୟ ବଳରେ ମା'ର ଉଦରେ

ରହି ଥିଲି ଦଶମାସ

ତାହାରି ଦାନରେ ଜୀବନ ଧାରଣେ

ଚଳେ ମୋ ଶ୍ଵାସ ପ୍ରଶ୍ଵାସ ।


ଦୁଃଖ କଷ୍ଟ ସହି ଦେଖାଇଲା ସୃଷ୍ଟି

ସୁନ୍ଦର ପ୍ରକୃତି ରୂପ

ସୂର୍ଯ୍ୟ ଚନ୍ଦ୍ର ତାରା ପ୍ରଭା ତ ନିଆରା

କେବେ ଶୀତ ପୁଣି ତାପ ।


ମାତା ଗର୍ଭଧାରୀ ନ ଭୁଲେ ସେ ଦିନ

କରୁଣା କରିଛି ମୋତେ

ଏତେ ଉତ୍ସାହିତେ ଚାହିଁ ବସିଥାଏ

ଚିରାଗ ପାଇଛି ସତେ ।


କେତେ ଶରଧାରେ ଖିରି ପିଠା କରି

ଢାଳେ ସେ ଆଶିଷ ମୁଣି

ମୁହଁରେ ଟିକିଏ ହସ ଦେବା ପାଇଁ

କହୁ ଥାଏ ଚାରୁ ବାଣୀ ।


ତୋଳିଛି ମୋ ପାଇଁ ଷଠିର ମନ୍ଦିର

ସୁପାରି ହଳଦୀ ଦେଇ

ଦୁବ ଫୁଲ ନେଇ ପୂଜା କରେ ନିତି

ଭବିଷ୍ୟ ମଙ୍ଗଳ ପାଇଁ ।


ବାତ୍ସଲ୍ୟମୟୀ ସେ ଜନ୍ମଦାତ୍ରୀ ମୋର

ପାଦେ ତାର ପ୍ରଣିପାତ

ଆଜି ମୁଁ ସୁଖରେ ରହିଛି ସଂସାରେ

ଲିଭିଛି ମୋ ଅଶ୍ରୁପାତ ।


ଶୁଝି ନପାରି ବି ଜୀବନରେ କେବେ

ତାହାର ଏ ଅବଦାନ

ଚିର ଋଣୀ ଥିବି ଜନ୍ମ ଜନ୍ମାନ୍ତର

ଯେତେ ଅରଜିଲେ ପୂଣ୍ୟ ।



Rate this content
Log in

Similar oriya poem from Inspirational