STORYMIRROR

Santanu Bisoi

Abstract Others Children

3  

Santanu Bisoi

Abstract Others Children

ଜନ୍ମଦିନ।

ଜନ୍ମଦିନ।

1 min
187


ଗେଲବସରର ଅତି ଅଲିଅଳ

 ଗଣେଶର ଜନ୍ମଦିନ,

ଏକୋଇ ରବଳା ବିଶିକେଶନରେ

 ଆଶୀର୍ବାଦ ଆମ ଘେନ।।


ପରାଣ ଧନରେ ବାମନ ଜନ୍ମରେ

 ଜନମି ଥିଲୁ କୁମର,

କଲ୍ୟାଣ କରୁଛୁ, ବାମନଙ୍କ ଭଳି 

ଭଵ ଜ୍ଞାନୀ ସୁଚତୁର।।


ସୁକଲ୍ୟାଣ ପୂର୍ଣ୍ଣ ପୁଷ୍ପିତ ବାଟରେ

 କଟିଲା ନବ ବରଷ,

ଦଶ ବର୍ଷେ ବାବୁ ହୁଅ ଦୀର୍ଘଜୀବୀ,

 ଘେନି ଆମ ଶୁଭାଶିଷ।।


"ତୋ' ଜୀବନ ଲକ୍ଷ" ତୋ ଚରଣ ଦାସ 

ହେଉ ସଦା ଅକିଞ୍ଚିତେ,

କେନ୍ଦ୍ରୀଭୂତ ଲକ୍ଷ, ଅଟଳ ବିଶ୍ୱାସ

 ସଫଳତା ଆଣୁ ଚିତ୍ତେ।।


ଆଗରେ ପଡିଛି ଲମ୍ବା ଭବିଷ୍ୟତ,

ଫଳବତୀ ଆଶା ନେଇ,

ମାଡି ଚାଲ ତୁ, ଚରୈବେତି ଚରୈବେତି 

ଆଶା ଉନ୍ମନା ନେଇ।।


ବିଘ୍ନନ ହରନ୍ତୁ ହେରମ୍ବଃ,ଚର-

ଣାର ବିନ୍ଦ ରେଣବଃ,

ବାପା ମାଆ ନାଁ ଉଜ୍ଜ୍ୱଳ କରିଲେ

 ଚହଟିବ ନାଁ ମହମହ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract