Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଜନ୍ମଦିନ ଶୁଭେଚ୍ଛା

ଜନ୍ମଦିନ ଶୁଭେଚ୍ଛା

1 min
305



           ( ରାଗ:- ବଙ୍ଗଳା ଶ୍ରୀ )


ଗୃହଲକ୍ଷ୍ମୀ ପରା ଗୃହରେ ଆମର

ଜନ୍ମଦିନର ଶୁଭେଚ୍ଛା

ଜନ୍ମାଷ୍ଟମୀ ପୁଣି ଅଟୁ ବଡ଼ ବହୁ 

ହେଉ ପୂର୍ଣ୍ଣ ମନବାଞ୍ଛା ।


ଶାଶୁ ଓ ଶଶୁର ଦେଉ ଆଶୀର୍ବାଦ

କରୁ ଭକ୍ତି ଚକାଡୋଳା

ଦାମ୍ପତ୍ୟ ଜୀବନ ହେଉ ସୁଖମୟ

ରହୁ ଆନନ୍ଦର ବେଳା ।


ଇଷ୍ଟଦେବୀ ଦୁର୍ଗେ ମଙ୍ଗଳ କରିବେ

ଗୃହ ଥିବ ଲକ୍ଷ୍ମୀପୂର୍ଣ୍ଣ

ଜୀବନେମିଳିବ କୀର୍ତ୍ତି ଓ ଗୌରବ

ବୈଭବରେ ପରିପୂର୍ଣ୍ଣ ।


ଭକ୍ତି ପ୍ରୀତି ଶ୍ରଦ୍ଧା ଗୃହସ୍ଥା ଧର୍ମର

ଭୂଷିତ ଅଙ୍ଗପ୍ରତ୍ୟଙ୍ଗ 

ରାଷ୍ଟ୍ରହିତେକାର୍ଯ୍ୟ ଅମୂଲ୍ୟରତନ 

ଗୁଞ୍ଜିବ ତୋର ସର୍ବାଙ୍ଗ ।


ବୃଦ୍ଧ ଏ ଶଶୁର ଦିଏ ଆଶୀର୍ବାଦ

ପଥ  ରହୁ  ନିରାପଦ 

ପ୍ରଭୁ ଜଗନ୍ନାଥ କରିବେ କରୁଣା

ଐଶ୍ୱର୍ଯ୍ୟ କୀର୍ତ୍ତି ସମ୍ପଦ ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଟି

ବହୁ ତୋର ଜନ୍ମଦିନେ 

ଜଗତର କର୍ତ୍ତା କରିବେ ମଙ୍ଗଳ

ରହିଅଛି ତାଙ୍କ ଧ୍ୟାନେ ।।



Rate this content
Log in

Similar oriya poem from Abstract