STORYMIRROR

Priyaranjan Biswal

Abstract Classics Others

4  

Priyaranjan Biswal

Abstract Classics Others

ଜନ୍ମଭୂମି

ଜନ୍ମଭୂମି

1 min
23.1K


ଦେଶ ଆମର ଅଟେ କେଡେ ସୁନ୍ଦର

ଦୁନିଆ ଗାଏ ତା'ଗୁଣ।

ହିମାଳୟ ଶିର ଚରଣ ସାଗର

ଭୂସ୍ୱର୍ଗ ପୃଥୀର ଜାଣ।।


ମାଟିରେ ଯା'ର ସଦା ଫଳଇ ସୁନା

ଦେହ ଯା' ରତ୍ନ ଭଣ୍ଡାର।

କ୍ଷେତ ସବୁ ଯା'ର ସବୁଜ ଶ୍ଯାମଳ

ଦିଶଇ କେଡେ ସୁନ୍ଦର।।


ଫଳ ଯେତେ ଫଳେ କୋଳରେ ତାହାର

ମଧୁଠୁ ଲାଗେ ମଧୁର।

ବିଶ୍ୱବାସୀ ସବୁ ହ୍ୱନ୍ତି ଆକର୍ଷିତ‌

ଫୁଲକୁ ଯେହ୍ନେ ଭ୍ରମର।।


ଛୁଆ ଠାରୁ ବୁଢା ସଭିଏଁ ଯାହାର

ଅଟନ୍ତି ଚଉକିଦାର।

ସେହି ଦେଶର ଆମେ ଅଟୁ ନିବାସୀ

ନାମ ଭାରତ ଯାହାର।।


ବଡ ସାହସୀ ଆମେ ଭାରତବାସୀ

କରୁ ସୁରକ୍ଷା ଦେଶର।

ଦେଶ ପାଇଁ ପ୍ରାଣବଳୀ ଆମେ ଦେଉ

ଜୀବନ ନେଉ ଶତ୍ରୁର।।


ଭାରତ ଅଟେ ଆମ ଜନମଭୂମୀ

ତା'ପାଦେ କୋଟି ପ୍ରଣାମ।

ଧନ୍ଯ ହୋଇଅଛି ଜୀବନ ଆମର

ତା'କୋଳେ ହୋଇ ଜନମ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract