STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ଜନ୍ମଭୂମି ମୋ ଭାରତ

ଜନ୍ମଭୂମି ମୋ ଭାରତ

1 min
412

ଜନ୍ମଭୂମି ମୋ ଭାରତ

ଯେଉଁଠି ହୁଏ ଦୃଶ୍ୟମାନ

ହିମାବୃତ ଉତ୍ତୁଙ୍ଗ ପର୍ବତମାଳା

ପୁଣି ଦିଗନ୍ତବିସ୍ତାରି ଶୁଷ୍କ ମରୁଭୂମି

କେଉଁଠି ନିବିଡ଼ ବନରାଜି ତ,

ସୃଷ୍ଟି କରିଛି ଜନବସତି

ବିସ୍ତୀର୍ଣ୍ଣ ସମତଳ ଭୂମିରେ

ପୁଣି ମନୋହର ହ୍ରଦ ସାଥିରେ

ଗଭୀର ସାଗର ଓ ମହାସାଗର

ପୁଣି ଗଢିଉଠିଛି ଅଟ୍ଟାଳିକା

ସୃଷ୍ଟି କରିଛି ଲୋକାରଣ୍ୟ

ଉର୍ବର ଉପକୂଳେ

ଓ ସୁବିସ୍ତୃତ ନଦୀ ଅବବାହିକା ରେ

ପ୍ରାକୃତିକ ବେଷ୍ଟନି ହିଁ

କରେ ନିୟନ୍ତ୍ର୍ରିତ

ଜଳବାୟୁ ଓ ମୃତ୍ତିକା ଗଠନକୁ

ଏଇତ ପୂଣ୍ୟ ଭୂମି ଏକ ମାତ୍ର ଦେଶ

ଅନୁଭୁତ ହୁଏ ଯେଉଁଠି ଛଅଟି ଋତୁ

ରହିଛି ସୁରକ୍ଷା ବଳୟ

ଉତ୍ତରରେ ହିମାଳୟ

ପୁଣି ଦକ୍ଷିଣରେ ହିନ୍ଦୁ ସାଗର

ଏଇ ତ ମୋ ଦେଶ ମହାନତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract