STORYMIRROR

Ajayakumar Mohanty

Abstract

2  

Ajayakumar Mohanty

Abstract

ଜନ୍ମଭୂମି ଭାରତ

ଜନ୍ମଭୂମି ଭାରତ

1 min
2.8K

ସ୍ୱର୍ଗ ମୋର ଜନ୍ମଭୂମି ମାତୃଭୂମି ଭାରତ

ତାହାରି ଟେକ ରଖିବା ପାଇଁ

ରହିବି ସଦା ଜାଗ୍ରତ ।

ସତ୍ୟ ପଥେ ଚାଲିବି ମୁଁ ଧର୍ମ ପଥେ ଚାଲିବି

ନିନ୍ଦା ଅପବାଦ ଯେତେ ସହିଲେ ମୁଁ ସହିବି

ତା ମାଟି ଛୁଇଁ ଶପଥ ନେବି

ନୋହିବି କେବେ ବିବ୍ରତ।

ମଣିଷଟେ ହେବି ମୁହିଁ ଅମଣିଷ ହେବିନି

ସ୍ୱାର୍ଥ ପାଇଁ ମନୁଷ୍ୱତ ଜଳାଞ୍ଜଳି ଦେବିନି

ନିସ୍ୱାର୍ଥ ସେବା କରିବି ମୁହିଁ

ଦେଶ ସେବା ମୋ ଜୀବନ ବ୍ରତ।

ତା ମାଟି ସୁଗନ୍ଧ ମୋତେ କରିଛି ଯେ ପାଗଳ

ତା ବୁକୁରେ ନାଚି ଗାଇ ହୋଇବି ମୁଁ ବିଭୋଳ

ପ୍ରଗତି ପଥେ ଆଗେଇ ନେବି

ନେଉଛି ଆଜି ଶପଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract