STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜନମ ଦିନରେ ବନ୍ଦେ ପୟର

ଜନମ ଦିନରେ ବନ୍ଦେ ପୟର

1 min
249


ଶ୍ରାବଣ ପୂର୍ଣ୍ଣିମା ଶୁଭ ଅବସରେ

  ଆହେ ଦେବ ଶଙ୍କର୍ଷଣ

ରୋହିଣୀ ମାଆ ର ଗରଭୁ ପ୍ରଭୁ ହେ

  ହୋଇ ଥିଲ ଯେ ଜନମ।


ଧବଳ ସୁନ୍ଦର ମୂରତି ହେ ଦେବ

  ମୋହେ ମୁନି ଋଷି ମନ

ଦେଖି ଦେଲେ ଥରେ ଅପୂର୍ବ କାନ୍ତିକୁ

  ଫେରେ ନାହିଁ ମୋ ନୟନ।


ପୃଥି ଭାର ନିବାରିବା ପାଇଁ ପ୍ରଭୁ

  ହଳ ମୂଷଳକୁ ଧରି

ଏ ଧରା ଧାମ ରୁ ପାପ ତାପ ଦେବ

 ଦେଇ ଅଛ ତ ନିବାରି ।


ହେ ବଡ଼ ଠାକୁର ନେବ ମୋ ଜୁହାର

  ଏତିକି କରୁଛି ଅଳି

ଏ ଧରା ଧାମ ରୁ ଯେତେ ପାପ ତାପ

  ଦିଅନ୍ତୁ ପ୍ରଭୁ ହେ ଟାଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational