ଜନ୍ମ ଦିନ
ଜନ୍ମ ଦିନ
ଆଦ୍ୟ ଥିଲେ ଥାଏ ପ୍ରାନ୍ତ,
ଜନ୍ମ ଦିନ ଥିଲେ ମୃତ୍ୟୁ ଦିନ ଥାଏ
ଜୀବନ ଦିପଦ ଗୀତ ।
ସୁଖ ଦୁଃଖେ ଗଢା ମନ,
ଧନ ଯଉବନ କ୍ଷଣିିକ ଜୀବନ
ମଉଳି ଯାଏ ସୁମନ ।
ପ୍ରାଣକୁ ସଜାଏ ମନ,
ବଞ୍ଚି ଥାଉ ଥାଉ ଉପଭୋଗ କରେ
ମେଳା ମଉତ୍ସବେ ଜନ ।
ଜନ୍ମ ଦିିନ ଏକ ମେଳା ,
ବନ୍ଧୁ ପରିଜନେ ଉତ୍ସବ ମୁଖର
ମଣ୍ଡପ ପ୍ରାଙ୍ଗଣ ବେଳା ।
କେକ୍ କାଟୁଥାଏ ଛୁରୀ ,
ନାଚ ଗୀତ ସ୍ବରେ ମନ ନାଚି ଉଠେ
ଶୁଭେଚ୍ଛା ଆଶୀଷେ ଭରି ।
ସେ ସଂସ୍କୃତି ଆଉ ନାହିଁ ,
ଜନ୍ମ ଦିନେ ମାଆ ଷଠି ମା' କୁ ପୂଜେ
ପୁଅଝିଅ ଭଲ ପାଇଁ ।
ଏବେ ତ ମଡର୍ଣ୍ଣ ଯୁଗ ,
ପିଲାଏ ପାଳନ୍ତି ବୁଢାଏଁ ନାଚନ୍ତି
ଖୁଆ ଖୋଇ ହୋଇ କେକ ।
ଅନୁଷ୍ଠାନ ଜନ୍ମଦିନ ,
ନାଚ ଗୀତ ବାଜା ଭଳିକି ଭଳିକି
ଭୋଜି ସଙ୍ଗେ ମଦ୍ୟପାନ ।
ଅସଲ ରହସ୍ୟ କଣ ,
ଜନ୍ମ ଦିିିିନ ଏବେ ଏକ ମହୋତ୍ସବ
ଭୁଲି ଯାଇଥାଏ ମନ ।
ବର୍ଷକରେ ଥରେ ଆସେ ,
ଉତ୍ସବ ପାଳିବା ବନ୍ଧୁଙ୍କୁ ଭେଟିବା
ଆତ୍ମଶୋଧନର ଆଶେ ।
ନିଜର ମାର୍ଜନା ପାଇଁ ,
କର୍ମ କୁୁକର୍ମକୁ ସମୀକ୍ଷା କରିବା
ବରଷକୁ ଥରେ ଭାଇ ।
କିଏ କଣ ଦେଲା ଭେଟ ,
ମନରେ ନ ଧରି ଭୁଲିବା କପଟ
ଛାଡି ଅହଂକାର ବାଟ ।
ଜନ୍ମଦିନ ଯେବେ ଆସେ ,
ମଣିଷ ଆୟୁଷ କମି କମି ଯାଏ
ତା ଭୁଲି ନାଚୁ ଉଲ୍ଲାସେ ।
ଆତ୍ମ ସମୀକ୍ଷା ର ଗୀତ ,
ପୁଅଝିଅ ପାଇଁ କି କର୍ମ କରିଛେ
ଗାଇବା ମିତ ସଙ୍ଗାତ ।
ଅନୁଷ୍ଠାନ ଜନ୍ମଦିନ ,
ଜନତାର ସେବା କେତେ ନ ପାରିଲେ
ତାକୁ ଟିକେ ଦେବା ଧ୍ଯାନ ।
ଆଗାମୀ ବର୍ଷ କୁୁ ଯିବା ,
କର୍ତ୍ତବ୍ୟ ରେ ନିଷ୍ଠା ମନରେ ଉତ୍କଣ୍ଠା
ଜନ୍ମଦିନେ ଭରି ନେବା ।