ଜନଜାତି
ଜନଜାତି
ଜନଜାତି ବୋଲି ଭାବନା ତାଙ୍କୁ
ଅଛନ୍ତି ବୋଲି ଆମ ପଛରେ
ଯେତେକ ମହିଳା ପୁରୁଷ କିଏ
ହେବ ସରି ତାଙ୍କ ଧର୍ଯ୍ୟ ସାହାସ ଶକ୍ତିରେ
ମଣିଷ ପଣିଆ ଅଛି ତାଙ୍କଠାରେ
ଏକତାର ମୈତ୍ରୀ ସୂତାରେ
ପରମ୍ପରାର ଆଉ ସଂସ୍କୃତି ମିଳନେ
ଅନ୍ୟଠୁ ଟିକେ ଉଚ୍ଚରେ
ଗମନା ଗମନ ଶିକ୍ଷା ଦୀକ୍ଷା ପାଇଁ
ଆବେଗ ଉଲ୍ଲାସ ମନରେ
ନାଚ ଗୀତ ଆଉ ମଉଜ ତାଙ୍କର
ନିଆରା କରିଛି ତାଙ୍କୁ ସଂସାରେ
ଡରଭୟ ନାହିଁ ଧନୁଶର ବର୍ଚ୍ଛା ସାଥେ
ସାହାସ ବୀର ପଣିଆରେ
ରାସ୍ତାଘାଟ ସବୁ ଠିକ୍ ହୋଇଗଲେ
ଆମକୁ କେତେକଥା ଶିକ୍ଷାଦେବେରେ
ତାଙ୍କୁ ପଛୁଆ ବର୍ଗ କହିବା ନାହିଁ
ଆମଠୁ ସେମାନେ ଉଚ୍ଚରେ
ନଇନାଳ ବିଲବଣ ମୂଳକରେ
ବନ୍ୟଜନ୍ତୁ ସଙ୍ଗରେ ଲଢ଼ି ସାହାସ ନିର୍ଭିକତାରେ
ଆମେ ଯଦି ଯିବା ତାଙ୍କ ଜାଗାକୁ ରହିବାକୁ
ବୁଡ଼ିଯିବ ଚେତା ଆଗରେ
ଖଣିଜ ସମ୍ପଦ ବନ୍ୟ ବିଭବ ସମ୍ପତ୍ତିର
ମାଲିକ ସେମାନେ ଆମ ଭିତରେ।
