ଜଙ୍ଗଲରେ ପାଠପଢ଼ା
ଜଙ୍ଗଲରେ ପାଠପଢ଼ା
ବାଘମାମୁଁ ଦିନେ ସଭାଟେ ଡାକିଲେ
ବିଲୁଆ ନନାକୁ କହି,
ପାଠ ପଢି ସବୁ ହେବେ ବୁଦ୍ଧିମାନ
ଦୁଃଖ ଯିବ ଦୂର ହୋଇ |
ବିଲୁଆ ଧାଇଁଲା ବେଗହୋଇ ପୁଣି
ଜଣାଇବ ସୁସମ୍ବାଦ,
ବାଟେ ଯାଉଯାଉ ହାବୁଡେ ପଡିଲା
ପ୍ରଥମରେ ଗୋଟେ ଗଧ |
ଗଧକୁ କହିଲା କାଲି ଯିବୁ ତୁହି
ବାଘମାମୁଁ ସଭାସ୍ଥଳ,
ପାଠ ପଢ଼ା ପାଇଁ ସଭା ଅନୁଷ୍ଠିତ
ସବୁ ଜୀବ ହେବେ ମେଳ |
ସକାଳ ପାହିଲା ସୂରୁଜ ଉଇଁଲା
ଜୀବ ଜନ୍ତୁ ଠୁଳ ହେଲେ,
ବାଘମାମୁଁ ଦେଲେ ଶୁଭ ବାରତାକୁ
ଆନନ୍ଦେ ତାଳି ମାରିଲେ |
ସଭା ଶେଷ ପରେ ଗଧ ପହଁଞ୍ଚିଲା
ସଭିଏଁ ଦେଖି ହସିଲେ,
ତାତ୍ସଲ୍ୟ କରିଲେ ସମସ୍ତେ ତାହାର
ମାଟି ଉପରେ ଗଡ଼ିଲେ |
ପାଠ ପଢି କିସ କରିବୁରେ ଗଧ
ନାମର ସାର୍ଥକ ରଖ,
ସମୟର ମୂଲ୍ୟ ବୁଝୁନାହୁଁ ବୋଲି
ନାଁ ଟି ତୋହର ଗଧ |
ଅଳସୁଆ ହୋଇ ବୁଲୁସିନା ତୁହି
ପିଠିରେ ବୋକଚା ବୋହି,
ପାଠର ମହତ୍ୱ ତୁ କି ବୁଝିବୁ
ରହିଥା ତୁ ଗଧ ହୋଇ |
ସମୟକୁ କେହି ପାଦରେ ଆଡେଇ
ବଡ଼ କେବେ ହୋଇନାହିଁ,
ବୁଝି ବିଚାରି ତୁ କାର୍ଯ୍ୟ କରୁଥିଲେ
ଦୁଃଖ ଜୀବ ଦୂର ହୋଇ |
