STORYMIRROR

Dharitri Das

Abstract Inspirational Children

4  

Dharitri Das

Abstract Inspirational Children

ଜଙ୍ଗଲ ସୁରକ୍ଷା

ଜଙ୍ଗଲ ସୁରକ୍ଷା

1 min
407

ବୃକ୍ଷ ଆମର ବନ୍ଧୁ ବୃକ୍ଷ ହିଁ ଜୀବନ

କହିବା ଆଦୌ ନୁହେଁରେ ଅସମୀଚୀନ।

ଫଳ ଫୁଲ ଛାୟା ସଦା କରଇ ଦାନ

ଚେର ଛନ୍ଦି ରଖେ ସେ ମୃତ୍ତିକାର ମାନ।

ଘଞ୍ଚ ଜଙ୍ଗଲ କରେ ମେଘ ଆକର୍ଷଣ

ସୌନ୍ଦର୍ଯ୍ୟରେ ତାର ମୁଗ୍ଧ ହୁଅଇ ମନ।

ଲାଖ ଝୁଣା ଔଷଧ ଆଦି ବହୁବିଧ

ପ୍ରଦାନେ ସେ ଅଟଇ ସତରେ ପ୍ରସିଦ୍ଧ।

ପରିବେଶ ପ୍ରଦୂଷଣ କରି ବିନାଶ

ଅମ୍ଳଜାନ ପ୍ରଦାନେ ବଞ୍ଚାଏ ମଣିଷ।

ହେଲେ ଏ ମଣିଷ ବୁଝୁନାହିଁ ତ କିଛି

ନିଜ ସ୍ୱାର୍ଥପାଇଁ କାଟି ସଫା କରୁଛି।

ବୃକ୍ଷ ସମ୍ପଦ ବିନାଶି ନିଜ ବିନାଶ

କରୁଅଛି ଆଜି ଏ ଅବୁଝା ମଣିଷ।

ପଶୁ ପକ୍ଷୀ କୁଳ ଆଜି ସମୂଳେ ନାଶ

ଦୂଷିତ ହେଉଛି ତେଣୁ ଏ ପରିବେଶ।

ଦିନ ଆସିବ ଚାରିଆଡେ ଖାଲି କୋଠା

ରହିବାକୁ ନଥିବେ କେହି ବି ଜାଣିଥା।

ମହାସମସ୍ୟା ସୃଷ୍ଟି ହୋଇବ ନିଶ୍ଚୟ

ବେଳଥାଉଁ ଆସରେ କରିବା ଉପାୟ।

ବନୀକରଣ କରି ଆମେ ଜଙ୍ଗଲ ସୁରକ୍ଷା

କରିବା ସଭିଏଁ ମିଳି ନକରି ପ୍ରତୀକ୍ଷା।

ଓସ୍ତ ବରଗଛ ଯେ ଅତ୍ୟନ୍ତ ଛାୟାପ୍ରଦ

ରାସ୍ତା କଡେ ଲଗାଇବା ଅତି ଫଳପ୍ରଦ।

ଗୃହ ପରିବେଶେ ନିମ୍ବ ସଜନା କଦଳୀ

ଅମୃତଭଣ୍ଡା ଆତ ଆମ୍ବ ପଣସ ପିଜୁଳି।

ଗ୍ରାମ ପରିବେଶେ କିଆ କେତକୀ ସହିତ

ବାଡ଼ି ବଗିଚାରେ ଜୁଇ ଯାଇ ପାରିଜାତ।

ଲଗାଇ ଆମେ ରଖିବା ପରିବେଶ ସୁସ୍ଥ

ସେଥିପାଇଁ ସଭିଏଁ ମିଳି ନେବା ଶପଥ।



Rate this content
Log in

Similar oriya poem from Abstract