Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

3  

Niranjan Sahu

Inspirational

ଜମା ବୁଝି ହେଉନି

ଜମା ବୁଝି ହେଉନି

1 min
206



ଶୁଣ ମୋର ଭାଇ ଭଉଣୀ   

    କହେ ଗୋଟିଏ କଥା

ଏଇଦୁନିଆଁ ରେ ହେଉଛି

   ଯେତେ ଅଜବ କଥା ।


ଭିକ ମାଗିବାକୁ ମଣିଷ

    ଆଜି ଲାଜ କରନ୍ତି

ଟଙ୍କାରେ ଚାଉଳ ପାଇଁକି

     ଯାଇ ଧାଡି ବାନ୍ଧନ୍ତି ।


ମାଗି ଖାଇବାକୁ ମଣିଷ

    ଆଜି ଘୃଣା କରନ୍ତି

ଭାତ ଡାଲମା କେନ୍ଦ୍ରରେ

     ଯାଇ ଭିଡ଼ ଜମାନ୍ତି ।


ଗରିବ କହିଲେ ମଣିଷ

    ଆଜି ଚିଡି ଉଠନ୍ତି

ବି ପି ଏଲ କାର୍ଡ ପାଇଁକି

   ଯାଇ ଲବୀ ଲଗାନ୍ତି,


ଗରିବଙ୍କ ପାଇଁ ଯୋଜନା

     ସରକାର କରିଛି

ଯୋଜନା ସବୁକୁ ମଣିଷ

   ଆଜି ମାରି ନେଉଛି ।


ପଶୁ କହିଦେଲେ ମଣିଷ

    ଆଜି ରାଗି ଉଠନ୍ତି

ବାଘ କହିଦେଲେ ମଣିଷ

   ଗର୍ବେ ଫାଟି ପଡ଼ନ୍ତି ।


ବାଘ ଟା କି ପଶୁ ନୁହଁଇ

   କିଛି ଜାଣି ହେଉନି

ଆଜିର ମଣିଷ ବିଚିତ୍ର

  ଜମା ବୁଝି ହେଉନି ।



Rate this content
Log in

Similar oriya poem from Inspirational