STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ଜଳୁଛି ପ୍ରେମ ନିଆଁରେ

ଜଳୁଛି ପ୍ରେମ ନିଆଁରେ

1 min
171

ଜୀବନ ଟା ଜଳୁଅଛି

ଦାଉ ଦଶୁ ହୋଇ,

ଯିବା ଦିନଠାରୁ ତୁମେ

ମୋତେ ଛାଡ଼ି ଦେଇ।


ଛଟ ପତ ହେଉଅଛି

ଜଳ ବିହୁନରେ

ମାଛ ଯେପରି ହୁଅଇ

ଗାଡିଆ ବାହାରେ।


ଜଳାଉଛି ଅତୀତର

ସବୁ ପ୍ରେମ ସ୍ମୃତି,

ବଜାରେ ଜିଆନ୍ତ୍ତା ମାଛ

ହୁଅଇ ଯେମିତି।


କାହାକୁ କହିବି କୁହ

କାହିଁକି କହିବି,

ମନେ ସିନା ହୁଏ କଷ୍ଟ

ବେଲଜ୍ୟା ନୋହିବି।


ଜାଣିଛି ଜଳିବି ମୁହିଁ

ମଲା ଯାଏଁ ଏଠି,

କହିବି କାହାକୁ ପ୍ରିୟେ

ବାନ୍ଧିଛ ମୋ ପାଟି।


ବୁଝିବ ସେହି ଲୋକ

ଯିଏ ଜଳେ ସିନା,

ସବୁ କାହୁଁ ବୁଝିବେ ହେ

ବିରହ ବେଦନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance