Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Tragedy

4  

Ansuman Swain

Tragedy

ଜଳୁଛି ଜୀବନ

ଜଳୁଛି ଜୀବନ

1 min
171



ଜଳୁଛି ସହର ଜଳୁଅଛି ପଲ୍ଲୀ

   ଜଳୁଛି ପାହାଡ଼ ବନ

ଯୁଆଡେ ଚାହିଁଲେ ହା,ହା,କର ଏଠି

   ବ୍ୟସ୍ତ ଲାଗୁଛି ଜୀବନ ।

ଧରା ପୃଷ୍ଠ ଆଜି କରୁଛି ତାଣ୍ଡବ

   ଏ ମହାମାରୀ ଶବ୍ଦରେ

ହସ,ଖୁସି ଆଜି ନେଉଛି ଛଡାଇ

    ଭିଜୁଛି ଅଶ୍ରୁର ଧାରେ ।

ମନର ଭୟକୁ ଜାଗ୍ରତ କରୁଛି

   କରୋନା ନାମ ଭୂତାଣୁ

ସଭିଙ୍କ ଆଖିରୁ ନିଦ ହଜାଇ ସେ

    ହେଉଅଛି ଗୁଣୁ ,ଗୁଣୁ ।

ବାଳ ଠାରୁ ବୃଦ୍ଧା ରୋଗରେ ଜଡିତ

      କାନ୍ଦୁଅଛି ପରିବାର

କାହା ଘରେ ଏଠି ଜଳୁ ନାହିଁ ଚୁଲି

    ଜଳୁଛି ଯୂଇ ର ଘର ।

ଲିଭୁ ନାହିଁ ନିଆଁ ଶ୍ମଶାନ ଘାଟରେ

    ସଢ଼ୁଛି ମର ଶରୀର

କିଏ କାହା ମୁଖ ଦେଖି ପାରୁନାହିଁ

   ଛୁଇଁ ବା କଥାତ ଦୂର ।

ଖାଇବାକୁ ଏଠି ମିଳୁନାହିଁ ଗଣ୍ଡେ

  ଭୋକରେ ଜଳୁଛି ପେଟ

ଦୁଃଖୀ ଦରିଦ୍ରଙ୍କ ଜୀବନ କାନ୍ଦୁଛି

    ଶୂନ୍ ଶାନ୍ ରାସ୍ତା ଘାଟ ।


Rate this content
Log in

Similar oriya poem from Tragedy