Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Inspirational

4  

rasmi maye pati

Inspirational

ଜଳୁଛି ଏ ମଞ୍ଚ

ଜଳୁଛି ଏ ମଞ୍ଚ

1 min
335



ନୃତ୍ୟ ରତା ନର୍ତ୍ତକୀ ଓ 

    ରୂପସୀ ନାୟିକା

 ଖଳ ନାୟକର ସାଥେ 

    ହାସ୍ୟ ଅଭିନେତା ।

କେତେ ଦ୍ରୌପଦୀର ଚୁଟି 

    କିଏ ନିଏ ଟାଣି

 କେତେ କୁରୁ ସଭାଏଠି 

     ନ ହୁଏ ଯେ ଗଣି ।

ଜରାଶ୍ରମେ ବୃଦ୍ଧା ବୃଦ୍ଧ

     ପ୍ରତୀକ୍ଷାର ଅନ୍ତେ

 ଯୌତୁକ ଜୁଇରେ ଜଳେ 

     ନବ ବଧୁ କେତେ ।

ରାତାରାତି କୋଟି ପତି

  ରାଜନେତା ମନ୍ତ୍ରୀ

ଗରିବ ପିଠି ରେ ଏଠି

  ବାଜେ ନିତି ଲାଠି ।

କେତେ ଦକ୍ଷ ଅଭିନେତା 

 ଆଜିର ମଞ୍ଚରେ

ଧର୍ମ କାନ୍ଦେ ପର୍ଦ୍ଦା ପଛେ

  ଅଧର୍ମ ହସେରେ ।

ପାଚେରୀକୁ ଡେଇଁ ଯାଇ 

 ଦୂର୍ବୁତ୍ତ ଚଂପଟ

ନ୍ୟାୟ ପାଇବା ଆଶେ 

  ପୀଡ଼ିତା ଛଟପଟ ।

ବିଳମ୍ବିତ ନ୍ୟାୟ ପାଇଁ

 ଆତ୍ମହତ୍ୟା କଲା

ତଥାପି ଜଳୁଛି ମଞ୍ଚ

  ପ୍ରଶାସନ ଢିଲା ।

ମଞ୍ଚ ସାଜସଜ୍ଜା ପୁଣି

 ନାଟ୍ୟ ନିର୍ଦ୍ଦେଶକ

ତାର ଦକ୍ଷ ନିର୍ଦ୍ଦେଶରେ

 ଜଳୁଛି ଏ ମଞ୍ଚ।

ଯା'ର ଅଭିନୟ ସରେ

  ନିଏ ସେ ବିଦାୟ

ଯବନିକାର ପତନ

  ତା ପାଇଁ ନିଶ୍ଚୟ।

ତଥାପି ସେ ନିର୍ଦ୍ଦେଶନା 

 ଜାରି ରହିଅଛି

ନିଖୁଣ ନାଟ୍ୟକାର ଟି ସେ

  ମଞ୍ଚ ସଜାଡୁଛି ।

ମଞ୍ଚ ର ସାଜସଜ୍ଜା ସତେ 

  କି ଚିତ୍ତାକର୍ଷକ

ଅବ୍ୟର୍ଥ ବିନ୍ଧାଣୀ ସିଏ 

  ଜଳୁଛି ଏ ମଞ୍ଚ ।

ସଜା ଡୁଚି ଆଲୋକ ସେ

 କେଡେ ଦୀପ୍ତିମନ୍ତ

ତାରକା ଚନ୍ଦ୍ରମା ସହ

 ଏକଇ ଆଦିତ୍ୟ ।

ସବୁଜ ବନାନୀ ସହ 

 ପକ୍ଷୀ କଳରବ

ବାଦ୍ୟ ନୃତ୍ୟେ ସଜାଡ଼ିଲା

  ଜଳୁଛି ଏ ମଞ୍ଚ।।


Rate this content
Log in