Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy Others

4  

Jayashree Maharana

Tragedy Others

ଜଳବନ୍ଦୀ

ଜଳବନ୍ଦୀ

1 min
335


ଅଜ୍ଞାନ ମଣିଷ କରେ ଅବିଚାର

ନିଜର ପ୍ରଗତି ପାଇଁ

ପ୍ରକୃତି ସୁରକ୍ଷା ବିପନ୍ନ କରୁଛି

ସେଥିପ୍ରତି ନିଘା ନାହିଁ ।


କୋପରେ ପ୍ରକୃତି ଜଳି ଦେଖାଉଛି

ତା'ର ଭୟଙ୍କର ରୁପ

ପୃଥିବୀ ପୃଷ୍ଠରେ ସନ୍ତୁଳନ ପରା

ହେଉଅଛି ଆଜି ଲୋପ ।


ବନ୍ୟା,ବାତ୍ୟା ,ଝଡ଼ ,ତୋଫାନ ସାଙ୍ଗକୁ

ମରୁଡି ଯେ ଦୁର୍ବିପାକ

ଦେଖାଉଛି ଠାଣି ଦିନ ଅଦିନରେ

ଭରୁଅଛି ହୃଦେ ଦୁଃଖ ।


ମଉସୁମୀ ବର୍ଷା ଅନିୟମିତରେ

ବରଷି ଧରଣୀ କୋଳେ

ନଦୀ ନାଳ କୂଅ ପୋଖରୀର ଗର୍ଭ

ଫୁଲିଉଠେ ବର୍ଷାବେଳେ ।


ମଣିଷ କରମ ବଳେ ନଦୀହ୍ରଦ

 ଶଯ୍ୟା ପୋତିହୋଇଯାଇ

ବନ୍ୟା ବିଭୀଷିକା ସାଜୁଅଛି ଦାଉ

ମଣିଷର ରକ୍ଷା ନାହିଁ ।


କେତେ ଯେ ଦୁର୍ଦ୍ଦଶା ଭୋଗୁଛନ୍ତି କିଏ

ଜଳବନ୍ଦୀ ହୋଇ ଏଠି

ଅନୁଭବୀ କଷ୍ଟ ଜାଣିବ ବା କିଏ

ସୁଖ ତା'ର ନିଏ ଲୁଟି ।


ଖାଇବା,ପିଇବା,ବସିବା ,ଶୋଇବା

ଅସୁବିଧା ହୁଏ କେତେ

ଭୋକ ଉପାସରେ ଚାହିଁଥାନ୍ତି ମୁକ୍ତି

ଜଳବନ୍ଦୀ ଲୋକ ଯେତେ ।


ବିଷଧର ଜୀଵ ଜନ୍ତୁଙ୍କର ଭୟ

ମନରେ ଆଶଙ୍କା ଭରେ

ବିପଦ ଭିତରେ ମଣିଷ ଜୀବନ

ସୁଖୀ କିବା ହୋଇପାରେ ?


ବରଷ ଯାକର ଆଶ୍ରା ଚାଷକ୍ଷେତ

ଜଳବନ୍ଦୀ ହୋଇ ନଷ୍ଟ

ଚିନ୍ତାଗ୍ରସ୍ତ ଚାଷୀ ପରିବାର ଜନ

ରହିବେ ଭୋକିଲା ପେଟ ।


ଜଳରେ ବୁଡଇ ସାଇତା ସମ୍ପଦ

ଘରଦ୍ୱାର ହୁଏ ମାଟି

ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ଖୋଜେ କିଏ

ଛାତି ଯାଏ ତା'ର ଫାଟି ।


ଆଖିରେ ଦେଖିଲେ ଜଳବନ୍ଦୀଙ୍କର

ଶୋଚନୀୟ ଦୁରବସ୍ଥା

ଦରଦୀ ମଣିଷ ହୃଦ କାନ୍ଦିଉଠେ

ମନରେ ଭରଇ ବ୍ୟଥା ।


ବେଳ ଆସିଅଛି ହୋଇବା ସଜାଗ

ସରକାର ଓ ଜନତା

ନଦୀ ହ୍ରଦ ଶଯ୍ୟା ପୋତି ହେବନାହିଁ

କରିବା ସୁଦୃଢ଼ ବ୍ୟବସ୍ଥା ।



Rate this content
Log in

Similar oriya poem from Tragedy