STORYMIRROR

Er. Prakash Majhi

Inspirational

4  

Er. Prakash Majhi

Inspirational

ଜଳ ଓ ଜୀବନ

ଜଳ ଓ ଜୀବନ

1 min
231


ଜଳହିଁ ଯେସନ ତହିଁହିଁ ଜୀବନ 

ଜଳ ଅଟେ ସଂଜୀବନୀ, 

ଜଳ ଲାଗି ସର୍ବେ ଖୁସିରେ ରୁହନ୍ତି 

 ସାଥୀ ସହ ଦର ଘେନି l (୧)


ସଂରକ୍ଷଣ ଜଳ ସଂସାର ରକ୍ଷଣ 

କରିବାରେ ଆସ ଭାଇ,  

ଅଯଥାରେ କେବେ ଜଳ ବ୍ୟବହାର 

କରିବାନି ଆମେ କେହିଁ l (୨)


ଈଶ୍ବରଙ୍କ ଅଟେ ବରଦାନ ଜାଣ 

ଧରାଧାମ ଟି ଅଭୟ, 

ପଞ୍ଚ ଭୂତ ମଧ୍ୟେ ଜଳ ଯେବେ ସାର 

ସୃଷ୍ଟି କୁ କରିଛି ଜୟ l(୩)


ଜଳର ବିହୁନେ ସୃଷ୍ଟି ନାଶ ଜାଣ 

ଜଳର ବହୁଳେ ନାଶ, 

ଜଳ ଲାଗି ଆମେ ଧରି ଛୁ ଜୀବନ 

ଅରଜିଛୁ କିର୍ତ୍ତୀ ଯଶ l (୪)


ପ୍ରଚଣ୍ଡ ନିଦାଘ ଉତ୍ତାପ ତାଣ୍ଡବ

ନଦୀ ନାଳ ଯାଏ ଶୁଖି, 

ପଶୁ ପକ୍ଷୀ ନର ଏ ଜୀବ ଜଗତେ 

ଜଳ ଲାଗି ହୁଏ ଦୁଃଖୀ l (୫)


ସକାଳୁ ଠୁ ସଞ୍ଜ ଜନମରୁ ମୃତ୍ୟୁ 

ଜଳ ଆମ ନୀତି ଲୋଡା଼, 

ଅରଣ୍ୟ ଛେଦନ ଶିଳ୍ପ ପ୍ରତିଷ୍ଠାନ  

କରିଥାଏ ପଥ ହୁଡ଼ା l (୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational