ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଜୀବଜନ୍ତୁ, ପଶୁ ପକ୍ଷୀ
ଆଉ ଗଛଲତା
ଜଳ ବିନା ଶୂନ୍ୟ ସବୁ
ଶୁଣି ରଖ କଥା l
ଜଳ ପରା ଅଟେ ଆମ
ପରାଣର ମିତ
କେମିତି ବଞ୍ଚିବ ତା ବିନା
ଏ ସାରା ଜଗତ?
ଜଳ ବିନା ଗଛ ସବୁ
ମରି ଶୁଖି ଯିବ
ଖାଇବାକୁ ନ ପାଇଣ
ଜୀବ ଯେ ମରିବ l
ମରୁଡ଼ି ର ହାହାକାର
କିଏ ବା ସହିବ?
ମାଟି ସୁଖୀ ଯିବ
ସବୁ ଭସ୍ମ ହୋଇଯିବ l
ବେଳ ଥାଉଁ ଥାଉଁ
ଆମେ ବିଚାର କରିବା
ଜଳକୁ ଜୀବନ ଭାବି
ସଞ୍ଚୟ କରିବା l
