STORYMIRROR

Ghanashyam Biswal

Inspirational

4  

Ghanashyam Biswal

Inspirational

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
722

ଜୀବଜନ୍ତୁ, ପଶୁ ପକ୍ଷୀ

ଆଉ ଗଛଲତା

ଜଳ ବିନା ଶୂନ୍ୟ ସବୁ

ଶୁଣି ରଖ କଥା l


ଜଳ ପରା ଅଟେ ଆମ

ପରାଣର ମିତ

କେମିତି ବଞ୍ଚିବ ତା ବିନା

ଏ ସାରା ଜଗତ?


ଜଳ ବିନା ଗଛ ସବୁ

ମରି ଶୁଖି ଯିବ

ଖାଇବାକୁ ନ ପାଇଣ

ଜୀବ ଯେ ମରିବ l


ମରୁଡ଼ି ର ହାହାକାର

କିଏ ବା ସହିବ?

ମାଟି ସୁଖୀ ଯିବ

ସବୁ ଭସ୍ମ ହୋଇଯିବ l


ବେଳ ଥାଉଁ ଥାଉଁ

ଆମେ ବିଚାର କରିବା

ଜଳକୁ ଜୀବନ ଭାବି

ସଞ୍ଚୟ କରିବା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational