STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଜଜ୍ ସାହେବ

ଜଜ୍ ସାହେବ

1 min
233


ଜଜ୍ ସାହେବ ମୋ 

କଥା ଶୁଣନ୍ତୁ

ମୋର ନ୍ୟାୟ ଦରକାର

ମୋତେ ନ୍ୟାୟ ଦିଅନ୍ତୁ

ଜଜ୍ ସାହେବ।


ଢେଲା ଗାଡି

ଗୁପ୍ଚୁପ

ଖଟାପାଣି

ଆଳୁ ଚକଟାରେ

ଚକଟି ହୋଇଯାଏ

ମୋ କଅଁଳ ମନ ଓ ସ୍ୱପ୍ନ

କାହିଁକି?


କବାଡି

ଜିନିଷ ଗୋଟେଇ

ଆବର୍ଜନା ଭିତରେ

ହଜି ଯାଉଛି ମୋ କୋମଳ ଜିଜ୍ଞାସା

ଚାପି ହୋଇ ଯାଉଛି

ମୋ ଖୁସି

କାହିଁକି?


ଯେତେ ନୀତି ନିୟମ ହେଲେବି

ହୋଟେଲରେ ପ୍ଲେଟ ଧୋଇ ଧୋଇ

କାରଖାନା ଧୂଆଁରେ

ଖରାରେ

କେଉଁ ବାବୁଙ୍କ ଘର ସଫା କରିବାରେ

ଶୁଶୁ ଶ୍ରମିକ ମୁଁ 

ଲିଭି ଯାଉଛି ମୋ

ଶୈଶବର ସ୍ୱର

କାହିଁକି?


ଶିଶୁ ଚୋରା ଚାଲାଣ

ଭିକ୍ଷାବୃତ୍ତୀ ଆପଣେଇ

ଅଇଁଠା ପତ୍ରରୁ

ସାଉଁଟି ଖାଇଲା ବେଳେ

ଫିଙ୍ଗା ଖାଦ୍ୟ

ଭୋକିଲା ପେଟ ମୋର

ତେବେ ବି ପୁରୁନି

କାହିଁକି?


ଅପପୁଷ୍ଟି

ଚିକିତ୍ସା ଅବହେଳାରୁ

ମୁଁ ଅବେଳେ ଶୋଉଛି 

ମଶାଣୀରେ 

ଦୁଷ୍କର୍ମ ନିଆଁ

ଜାଳି ଦେଉଛି ମୋ

ନିଃଷ୍ପାପ ଜୀବନ

କାହିଁକି?


କେଉଁଠି ମୁଁ ସୁରକ୍ଷିତ ନୁହେଁ

ନା ସ୍କୁଲ

ନା ହଷ୍ଟେଲ

ନା ଘରେ

ନା ବାହାରେ

ନା ଅନାଥ ଆଶ୍ରମରେ

ନାଁ ବାଳିକା

କିନ୍ତୁ ମା ହେବାକୁ ଯାଉଛି

କାହିଁକି?


ମୁଁ କାନ୍ଦିବି ପାରୁନି

ଖେଳ ଖେଳିବା

ମୋ ପାଇଁ ଦୁଃଷ୍ପ୍ରାପ୍ୟ

ପ୍ରତିଯୋଗୀ ବିଷ ଭରି

ମୋର ମନେ

ବ୍ୟାଗ ବୋଝ

ଭଲ ପଢିବୁ

ଲେଖିବୁ

ଗାଇବୁ

ନାଚିବୁ

ଖେଳିବୁ

ଚୁତ୍ର ଆଙ୍କିବୁ

ଜିମ୍ ଯିବୁ

ସିକ୍ସ ପ୍ୟାକ ବଡି ଦରକାର

ମଡେଲ୍ ହେବୁ

ଖାଲି ହେବୁ ନୁହେଁ

ଭଲ ହେବୁ ଦୌଡାରେ

ନିଷ୍ପେଷିତ

ମୋ ଶୈଶବ

କାହିଁକି,କାହିଁକି,କାହିଁକି?

ଜଜ୍ ସାହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy