STORYMIRROR

Hasyamayee Raj

Abstract

2  

Hasyamayee Raj

Abstract

ଜିତିବାକୁ ହେବ ଜୀବନ

ଜିତିବାକୁ ହେବ ଜୀବନ

1 min
335

ସମୟ ଦଉଡୁ ଥାଏ

ଅବିରତ ଗତିରେ

ତା ସାଥେ ଦଉଡୁଥାଏ

ଜଞ୍ଜାଳମୟ ସଂସାର.

ଏଡିପାରେନି ମାୟାର ବନ୍ଧନ,

ମନ ହୁଏ ଆସକ୍ତ

ବସ୍ତୁବାଦୀ ସୁଖ

ବନ୍ଧୁ ପରିବାର

ଆତ୍ମିୟତାର ଡାକ ଭିତରେ

ହଜିଯାଏ ଜୀବନ ।

କେବେ ପୁଣି

ବିବେକର ମର୍ମଭେଦୀ ତାଡନା

ଚିଆଁଇ ଦେଉଥାଏ ଚେତନାର

ନିଭୃତ ସ୍ତରକୁ

ହୃଦୟରେ ଭରିଯାଏ

ନିରାଶକ୍ତ ବେଦନା ।

ଛିନ୍ନ ହେଉଥାଏ

ଆସକ୍ତିର ରଜ୍ଜୁ

କରିବାକୁ ଏକ

ନୁଆ ଅଧ୍ୟାୟର ଅୟମାରମ୍ଭ

ସତରେ ମଣିଷ

କେତେଯେ ଅସହାୟ !

ସମୟ ଆଗରେ.

ମାୟାର ଘନ କୁହେଳିକା

ଆସକ୍ତିର ଶକ୍ତ ଡୋରି ସାମ୍ ନାରେ

ମନ ଆଉ ବିବେକର ଯୁଦ୍ଧରେ

କିଏ କେତେବେଳେ ହାରେ ତ

କିଏ କେତେବେଳେ ଜିତେ।

କହିହୁଏନା.

ଚିହିଁକି ଉଠେ ଚେତନା ।

ବିବେକ ଜିତିଗଲେ

ବୈକୁଣ୍ଠ ହେଇଯାଏ ପରିବାର

ମନ ଜିତିଗଲେ

ମଣିଷ ପାଲଟିଯାଏ ଅମଣିଷ

ହରେଇଦିଏ ନିଜର ଅସ୍ତିତ୍ବ,

ଆଜି ସମୟକୁ

କରିବାକୁ ହେବ ନିଜର

ହବାନାହିଁ ଆସକ୍ତ

ପରିବାର, ପରିବେଶ ଓ ଜୀବନ

ହୋଇଉଠିବ ସୁନ୍ଦର୍, ସୁବାସିତ, ସୁସ୍ଥ।।

               


Rate this content
Log in

Similar oriya poem from Abstract