STORYMIRROR

Pranati Jena

Children

3  

Pranati Jena

Children

ଜିତିବା ଆମେ ବାଜି

ଜିତିବା ଆମେ ବାଜି

1 min
232


ଆଜିର ଶିଶୁ କଳିକା ଆମେ

 ଦେଶ ଭବିଷ୍ୟତ ହୋଇ,

ମାନ ରଖିବା, ଆମରି ଦେଶେ

 ପାଠ ପଢି ମନ ଦେଇ.....


ଆମରି ଭାଷା ଆମ ସାହିତ୍ୟ

ଆମ ଓଡ଼ିଆ ଅମୃତ,

ଯତ୍ନ କରିଲେ ରତ୍ନ ପରିତ

ସମୃଦ୍ଧ ଆମ ଭାରତ.....


ହାରିବା ନାହିଁ ଆମର ପଣ

ଜିତିବା ଯିବାରେ ଶିଖି,

ଆଳସ୍ୟ ତେଜି ଜୀବନ ବାଜି

ଆମେତ ଯିବାରେ ଜିତି....


ସତ୍ୟ, ଶାନ୍ତିର ଧର୍ମ ପରାଣେ

ଦୀନ ଦରିଦ୍ର ସେବା ରେ,

ମହକ ଆମେ ଖେଳାଇ ପ୍ରାଣେ

ହସ ବାଣ୍ଟିବା ହୃଦରେ....


ଆଜିର ଶିଶୁ କଳିକା ଆମେ

କାଲି ହେବା ଭବିଷ୍ୟତ,

ଦେଶ ପାଇଁ ଲଢ଼ି ଗୌରବ ରେ

ନାହିଁକେ ଆମ ସରିତ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children