STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଜିଲ୍ଲା ପରିକ୍ରମା: କଳାହାଣ୍ଡି

ଜିଲ୍ଲା ପରିକ୍ରମା: କଳାହାଣ୍ଡି

1 min
17


ବଲାଙ୍ଗୀର ନୂଆପଡା ନବରଙ୍ଗପୁର ସୀମାନ୍ତରେ କଳାହାଣ୍ଡି

ସବୁଠାରୁ ସିଏ ଦକ୍ଷିଣ ପଶ୍ଚିମ ଜିଲ୍ଲା କୃଶ ତା'ର ଗଣ୍ଡି ।

କ ଅକ୍ଷରରେ କଳାହାଣ୍ଡି ପଡେ କଳା ସ୍ୱୟଂ ଜଗନ୍ନାଥ

କଳାହାଣ୍ଡି ହାଣ୍ଡି କଳା ପଡେ ନାହିଁ ଭୁକମାରି ମାରେ ଲାତ।


ପ୍ରାଚୀନ ପ୍ରସ୍ତର ଯୁଗର ସଭ୍ୟତା କଳାହାଣ୍ଡି ଠାରେ ଠାବ

କାଲି ଯିଏ ଥିଲା ସମୁନ୍ନତ ରାଜ୍ୟ ଆଜି ହୋଇଛି ଗରିବ।

ଭବାନୀପାଟଣା ସଦର ମହକୁମା ସେହି ପ୍ରମୁଖ ସହର

ନୂଆପଡା ସିନା ଅଲଗା ହୋଇଲା ଜିଲ୍ଲାର ଦୁଃଖ କି ଦୂର !


ଲାଞ୍ଜିଗଡ ଜୁନାଗଡ ରାଜବାଟୀ ଥିଲା ରାଜାଙ୍କ ରାଜୁତି

କଳାହାଣ୍ଡି ଥିଲା ଶସ୍ୟର ଭଣ୍ଡାର ସମୁନ୍ନତ ତା ସଂସ୍କୃତି।

ସୀମାନ୍ତ ଜିଲ୍ଲାକୁ ଟାଇଁ ଟାଇଁ ଖରା ସୂର୍ଯ୍ୟ ତାପ ଚୀର ସାଥି

ଆର୍ଦ୍ରତା ନଥାଏ ବାୟୁ ମଣ୍ଡଳରେ ଖରାଦିନ ଥାଏ ନିତି।


ଭାରତର ଇଥିଓପିଆ କହୁଥିଲେ ସାମ୍ବାଦିକ ବନ୍ଧୁଗଣ

ନର୍ଲା ବାଟ ଦେଇ ରେଳଗାଡି ଚାଲେ ସଂଯୋଗ ବିଜୟନଗରମ୍।

ଫୁଲରି ଝରନ୍ ବହେ କଳକଳ ଭବାନୀପାଟଣା ନିକଟ

ହାତୀ ନଦୀ ତେଲ ନଦୀ ବହିଯାଏ ଶସ୍ୟ ଶ୍ୟାମଳା ପଥ।


ମାଦଲ ବାଜଲା ଘୁମରା ବାଜଲା ଝୁମିଗଲା ପରିବାର

ରସେରକେଲି ଗୀତ ଗାଏମା ଗୋ ମିତ ଏ କଳାହାଣ୍ଡିର।

ମାଣିକେଶ୍ୱରୀ ମା ଅଧିଷ୍ଠାତ୍ରୀ ଦେବୀ କଥା କୁହା ଠାକୁରାଣୀ

ଶୂଳିଆପଦାରେ ଛତର ଯାତରା ରକ୍ତର ରିକ୍ତ ରାଗିଣୀ।

 

ପଶ୍ଚିମ ଓଡିଶା ବିକାଶ ପର୍ଷଦ କେବିକେ ଯୋଜନା ଅବା

ଫେଲ୍ ମାରିଯାଏ କଳାହାଣ୍ଡି ପାଖେ ମଣିଷ ହେଉଛି କାବା !!

ଲାଞ୍ଜିଗଡ ଠାରେ ବକସାଇଟ ଖଣି ବେଦାନ୍ତର କାରବାର

ପରିବେଶବିତ୍ କଲେ ହରବର କଳାହାଣ୍ଡି କି ସୁଧାର !


କଳାହାଣ୍ଡି ଜିଲ୍ଲା ଆଦିମ ମଣିଷ ସଉରା ପରଜା କନ୍ଧ

କୁଟିଆ ଦେଶିଆ ଡଙ୍ଗରିଆ ତିନି କାନ୍ଧକୁ ମିଶାଇ କାନ୍ଧ।

ନୂଆଖାଇ ପର୍ବ ମାଣିକେଶ୍ୱରୀ ମା ଆଶୀର୍ବାଦ ଲାଭ ପାଇଁ

ଯେତେ ଜନ ଜିଲ୍ଲା ବାହାରେ ଅଛନ୍ତି ଗାଆଁ କୁ ଆସନ୍ତି ଧାଇଁ।


କୋଶଲୀ ଭାଷାର କଳାହାଣ୍ଡି ଛୁଙ୍କ କରିଦିଏ ଭାରି ମିଠା

ମାଆ ବିକିଦିଏ ଜନମ ଛୁଆକୁ ଲାଗେ ଗରିବର ଅଠା।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract