ଜୀଵନ
ଜୀଵନ
ଜୀଵନ ଅଛି ବୋଲି ସ୍ପନ୍ଦନ ଅଛି
ଜୀଵନ ଅଛି ବୋଲି ଯନ୍ତ୍ରଣା ଅଛି
ମୁଁ ଯେବେ କହିଥାଏ ନିଜ କଥା
ବୃଥାରେ ମଣିଷଟା, ଖୋଜେ ଯେବେ
ଏମିତି ଏକ ମନ, ଯନ୍ତ୍ରଣା ର ପୃଥିବୀଟା.....
ଯେବେ ଭାବନାର ସୂର୍ଯ୍ୟଟା ନିତି ଜଳେ
ମୁଁ ପୁଣି ଆଲୁଅ ର ସାମ୍ରାଜ୍ୟ ରେ
ବାଟବଣା ହୁଏ..........
ଭଲ ଲାଗେ ଅନ୍ଧାର ଭଲଲାଗେ
ଭାବନାର ସୂର୍ଯ୍ୟଟା
ସାଗର ଦେହରେ ଲୋଟିପଡୁଥିବା
ଉର୍ମିମାଳା ପରି, ସ୍ମୃତି ମୋର
ମୁଣ୍ଡ ପିଟୁଥାଏ ଜୀଵନ ସାଗର
ବେଳା ଭୂମିରେ......
ରଙ୍ଗମଞ୍ଚ ଜୀବନଟା ଯେବେ
ରଙ୍ଗମୟ ଲାଗେ...
ଅଭିନୟ ହିଁ ତ କରିବାକୁ ପଡେ
ପ୍ରତ୍ୟେକ ଜଣେ ଜଣେ ଅଭିନେତା
ପୁଣି ଜୀବନଟା ରଙ୍ଗମଞ୍ଚ
ଛନ୍ଦମୟ ଜୀବନଟା ଯେତେବେଳେ
ରାଗମୟ ଲାଗେ, ସେତିକି ବେଳେ
ମୁଁ ତୋଳେ ଅନୁରାଗ ର ଛନ୍ଦ
ଜୀଵନ ଟା ରଙ୍ଗମଞ୍ଚ
ସ୍ବପ୍ନ ମୋର ସୁନେଲି
ସୁନୀଳ ଆକାଶ ଟା ଏତେ ପ୍ରଶସ୍ତ
ସ୍ବପ୍ନ ମୋର ବ୍ୟାପକ
ମୁଁ କହେନା କଥା
ଲେଖେନା ବ୍ୟଥା
ପଙ୍ଗୁ ଅଥର୍ବ ପରିକଳ୍ପନା ରେ
ମୁଁ ଯେବେ ମର୍ମାହତ ହୁଏ
ଆହତ କ୍ଷତ ବିକ୍ଷତ ହୁଏ
ସେତିକି ବେଳେ ସମାଜ
ମତେ ଅଥର୍ବ ସଜାଏ
ନୂଆ ପୃଥିବୀ, ଯନ୍ତ୍ରଣା ବି ନୂଆ
ଢଙ୍ଗ ଅଜବ, ମୁଁ ଜଳୁଛି
ମହମବତୀ ଭଳି
ନିଃଶେଷ ହେବା ପାଇଁ
ମୁଁ ଜଳୁଛି ଯନ୍ତ୍ରଣା ରେ
ଜାଳୁଛି ଦୀପାଳି
ନିଜେ ହିଁ ଦୀପାଳି ହୁଏ
ଆଲୋକ ର ସମ୍ରାଜ୍ୟର ଅନୁସନ୍ଧାନ ରେ......
