ଜୀଵନ
ଜୀଵନ
ହୃଦୟ ଯଦି ପଢ଼ିପାରେନା
ହୃଦୟ ର ଭାଷା, ମନ ଯଦି
ବୁଝିପାରେନା ମନ
ଅଶାନ୍ତ ପ୍ରାଣଟା ଯେବେ
ଅତୃପ୍ତ ହୁଏ, ସେତିକିବେଳେ
ତୃପ୍ତିର କାମନାରେ
ବାଟବଣା ସିନା ହୁଏ
ଶାନ୍ତିର ସନ୍ଧାନରେ ହଜିଯାଏ ସିନା
ସେ ଖୋଜେ ଶାନ୍ତି, ଅଶାନ୍ତ ପ୍ରାଣଟା
ଢେଉ ଭଳି, ମୁଣ୍ଡ ପିଟୁଥାଏ
ବେଳାଭୂମିରେ, ଶାନ୍ତିର ସନ୍ଧାନରେ
ସେ ଯେବେ ଖୋଜିଥାଏ ଜିଁବାକୁ
ସ୍ୱତନ୍ତ୍ର ଜୀଵନ, ସେତେବେଳେ
ଜୀଵନ ଟା ଜୀଵନ ଭଳି
ବୋଧ ହୁଏନା, ହୁଏ ଏକ
ଆସନ୍ତୁଳିତ ଜୀଵନ
ଉଛୁଳି ଥାଏ ଜୀଵନ, ନଈବଢି
ଭଳି ଲାଗେ, ପାଲଟିଯାଏ
ଯାତନାର ସହର.................
