Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଜୀଵନ ଯାତ୍ରା

ଜୀଵନ ଯାତ୍ରା

1 min
209



ଜୀବନ ଯାତ୍ରାରେ ଆସେ ଅସୁବିଧା ସେ ସବୁ ବିପଦ ନୁହେଁ,

ଆମରି ଭିତରେ ଲୁଚି ରହିଥିବା ଶକ୍ତି କାଢ଼ିବାକୁ ଚାହେଁ |


ଆଖିର ଭାଷାକୁ ପଢ଼ିହୁଏ ସିନା ବୁଝିହୁଏ ସହଜରେ,

ହୃଦୟର କୋହ ଦେଖିହୁଏ ନାହିଁ ଲୁଚି ରହେ ହୃଦୟରେ |


ଅନ୍ତରଙ୍ଗ ବନ୍ଧୁ ବୁଝେ ମନକଥା ପଢ଼ିପାରେ ହୃଦବ୍ୟଥା,

ଭଲବନ୍ଧୁ ବୁଝି ପଢ଼ିପାରେ ଆଖି ଆଉ ହୃଦୟର କଥା |


କିଏ ମୋତେ କିଛି କହିଦେଲା ବୋଲି କାହିଁକି ଡରିବି ମୁହଁ,

ସେ କଥାକୁ ମୋତେ ଗୁରୁତ୍ୱ ନଦେଲେ ପ୍ରଭାବ ରହିବ ନାହିଁ |


ରତ୍ନର ଭଣ୍ଡାର ସାଗରରୁ କିଏ ଖୋଜି ପାଇଯାଏ ମୋତି,

କିଏ ଧରେ ମାଛ ଆଉ କିଏ ପୁଣି ବାଲି ତୋଳୁଥାଏ ନିତି |


ନିଜର ଇଚ୍ଛାରେ, ଚେଷ୍ଟାରେ, ନିଷ୍ଠାରେ, ଶ୍ରମରେ ମିଳିବ ତାହା,

ସାଗର ତୀରରେ ବସି ଦେଖୁଥିଲେ ଖାଲି ହେବ ଆହା-ଆହା |



Rate this content
Log in

Similar oriya poem from Classics