STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଜିଇଁ ନଥିବା ଜୀବନ

ଜିଇଁ ନଥିବା ଜୀବନ

1 min
330

ରାତିଅଛି ଯଦି ନିଦ ଅଛି,

ନିଦ ଅଛି ଯଦି ସ୍ୱପ୍ନ ଅଛି

ସବୁ ରାତି କୋଳେ ଆସେନା ନିଦ

ସବୁ ନିଦରେ ନା ସ୍ୱପ୍ନ ଆସେ

ସ୍ବପ୍ନ ବିନା କେତେ ରାତି ବିତିଛି,

କିଛି ଜୀବନ ଜୀଇଁବା ବାକି ରହିଛି। 


ମୁଁ ଅଛି ଯଦି ଜୀବନ ଅଛି,

ତୁମେ ଅଛ ଯଦି ଆକାଂକ୍ଷା ଅଛି

କେବେ ଜୀଇଁବା ଭିତରେ ମୁଁ ନଥାଏ

ଆକାଂକ୍ଷା ଭିତରେ ନଥାଅ ତୁମେ

ତୁମ ପାଇଁ ଆଜି ଜିଇଁ ଚାଲିଛି,

ଇଚ୍ଛା ଭିତରେ ମୁଁ ମୋତେ ଖୋଜୁଛି। 


ଶ୍ବାସ ଚାଲିଛି ଯଦି ପ୍ରାଣ ଅଛି,

ବିଶ୍ବାସ ପାଇଁ ଏ ସମ୍ପର୍କ ଅଛି

ସବୁ ନିଶ୍ବାସରେ ନଥାଏ ପ୍ରାଣ

ସମ୍ପର୍କ ଅନେକ ବିଶ୍ବାସ ହୀନ

ମୁଁ ବଞ୍ଚି ଥାଉଁ ଥାଉଁ ପ୍ରାଣ ଖୋଜୁଛି,

ଛିଣ୍ଡା ବିଶ୍ବାସକୁ ସିଇଁ ଚାଲିଛି। 


ଖରା ଅଛି ଯଦି ଛାଇ ଅଛି,

ଦିନ ଅଛି ଯଦି ରାତି ଅଛି

କେବେ ଖରା ଲମ୍ବିଯାଏ ରାତିକୁ ଡେଇଁ

କେବେ ରାତି ଚମକି ଉଠେ ଆଲୁଅ ଚାହିଁ

ଖରା ଛାଇ ଖେଳ ସରି ଯାଉଛି,

ଜିଇଁ ନଥିବା ଜୀବନ ଟାଣି ଧରୁଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract