ଜୀବନଟା ଗୋଟିଏ ଜିନିଷ
ଜୀବନଟା ଗୋଟିଏ ଜିନିଷ
ଜୀବନଟା ଗୋଟିଏ
ଏମିତି ଜିନିଷ
ଖରାଦିନେ ପାଣି ଭଳି
ତାତି ଯାଏ ତ'
ଶୀତ ଦିନେ ବରଫ ଭଳି
ଥଣ୍ଡା ହୋଇଯାଏ l
ପୁଣି ବର୍ଷା ଦିନେ
ସମ୍ପୂର୍ଣ ରୂପେ ଭିଜି ଯାଏ,
ସମୟ ସୁଅରେ ଗତି କରି
କେତେବେଳେ ଯେ
ପାଣି ଫୋଟକା ପରି
ଜଳରେ ଫାଟିଯାଏ
ଏହି ସଂସାରର
ମୋହ ମାୟା ବନ୍ଧନ କIଟି
ମାଟି ସାଥିରେ ମିତ୍ର ବସେ
ଚିର ଦିନ ପାଇଁ l
