ଜୀବନଟା ଏକ ରଙ୍ଗ ମଞ୍ଚ
ଜୀବନଟା ଏକ ରଙ୍ଗ ମଞ୍ଚ


ମଣିଷ ଜୀବନ ଅଭିନୟ ପୂର୍ଣ୍ଣ,
ଜୀବନଟା ଏକ ରଙ୍ଗମଞ୍ଚ ।
ବେଳେ ବେଳେ ଏଠି ସତ ଭୁଲିଯାଇ,
କହିବାକୁ ପଡେ ପୁଣି ମିଛ ।।
ଅଭିନୟ ପାଇଁ ଅସଜଡା କିଛି,
ସଜାଡି ହୁଅଇ ବେଳେବେଳେ ।
ସଜଡା ଜିନିଷ ଅଭିନୟ ପାଇଁ,
ଭାଙ୍ଗି ଯାଏ ପୁଣି କେତେବେଳେ ।।
ସମୟ ସହିତ ତାଳ ଦେଇ ଯେବେ,
କରିନପାରିବ ଅଭିନୟ ।
ଜୀବନଟା ନିଶ୍ଚେ ହୋଇବ ବିଫଳ,
ହରେଇବ ତୁମେ ନିଜ ଲୟ ।।
ସବୁବେଳେ ସତ ନ ଦିଅଇ ଖୁସି,
ଅଭିନୟ କିନ୍ତୁ ଖୁସି ଦିଏ ।
ସେହି ଖୁସି ପାଇଁ ଅଭିନୟ ପୁଣି,
ଆମ ଜୀବନରେ ସାଥେ ଥାଏ ।।
ପରିସ୍ଥିତି ସହ ସାମ୍ନା କରିବାକୁ,
ଅଭିନୟ ଏକ ଭଲ କଳା ।
ଭଲ ଅଭିନୟ ଆଦରି ନିଅ ହେ,
ନକର ଏଥିରେ ଅବହେଳା ।।