STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଜୀବନ୍ତ ଫୁଲ

ଜୀବନ୍ତ ଫୁଲ

1 min
344



ସବୁଦିନ ଉଠିଲା ପରେ ଚାହିଁ ଫୁଲ 

କିଛି ହୁଏ ନାହିଁ ଭୁଲଭାଲ

ସେ ଫୁଲ ମୁଣ୍ଡରେ ଚାନ୍ଦର ଟିକିଲି 

ଦିଶେ ଭାରି ଭଲ 

ଚାନ୍ଦ ପରି କଳାଟିପା ମୁଣ୍ଡରେ ତାହାର 

ଜଗାଏ ବଞ୍ଚିବାର ସ୍ପୃହା 

ବେକ, ଛାତି ପାଦରେ କଳା ନାଇ 

ଜୀବନର ଆହା ସାହା ରାହା 

ପାଦରେ ଚାନ୍ଦି ପାଉଁଜି ରୁଣୁ ଝୁଣୁ 

ମନ ନିଏ କିଣି 

କିଏ ଡାକେ ଲାଲ ଟୁକୁ ଟୁକୁ ଝିଅ 

କିଏ ଡାକେ ବି ବାୟାଣୀ 

ଓଠେ ତା ବଧୂଲି ଚାଲି ସାଧବବୋହୁ 

ପରି ନାଲି ଗୁଲୁଗୁଲୁ 

ଅଣ୍ଟାରେ ତା କଳା ସୁତାରେ ଘାଗୁଡ଼ି 

କରେ ହୁଳସ୍ତୁଲ 

ଜୀଵନର ଦୋଛକିରେ ତା ଆଗମନ 

କିଣିଦିଏ ଅଜା ଆଈ ମନ 

ସାୟାହ୍ନର ପ୍ରଜାପତି ଉଡ଼ୁଥାଏ ନିତିପ୍ରତି 

ଜେଜେ ଜେଜେମା ସାବଧାନ 

କାଳେ ପଡ଼ିଯିବ ଲହୁଣୀ ପିତୁଳା ଧନ


Rate this content
Log in

Similar oriya poem from Abstract