STORYMIRROR

Lata Behera

Abstract

4  

Lata Behera

Abstract

ଜୀବନ୍ତ ଈଶ୍ୱର

ଜୀବନ୍ତ ଈଶ୍ୱର

1 min
255


ପିତା ମାତା ଅଟେ ଡୀବନ୍ତ ଠାକୁର

    ସମସ୍ତେ କହନ୍ତି ଏହା

କହି କି ପାରିବ ଏଇ ଦୁନିଆରେ 

    ପାଳନ୍ତି କେତେ ବା ତାହା ।


କହିଲା ବେଳକୁ ସମସ୍ତେ କୁହନ୍ତି 

     ସେବା କରିବାକୁ ନାହିଁ 

ଖାଇବାକୁ ଦେବା ଦୂରର ତ କଥା

     ବାଟ ଭାଙ୍ଗି ଯାନ୍ତି ତହିଁ ।


ଜୀବିତ ଠାକୁର ସେବା ନ କରି ସେ 

    ପଥର ଠାକୁର ପୂଜେ

ଜୀବନ୍ତ ଈଶ୍ବରରେ କଷ୍ଟ ଦେଇ ସିଏ

    ନିଜ ପାଇଁ ସୁଖ ଖୋଜେ ।


ଖାଇବାକୁ ଯିଏ ପାଟି ଖୋଲି ମାଗେ 

    ତାକୁ ସିଏ ଦିଏ ନାହିଁ 

ନିର୍ଜୀବ ଦେହରେ ମାନସିକ କରି

    ଭୋଗରାଗ ଢାଳେ ତହିଁ ।


ସେଥିରେ କି ପୂଣ୍ୟ ରହିଛି ତାହାର

    ନିଜେ ଭାବି ଚିନ୍ତି କୁହ

ନିଜ ସ୍ବାର୍ଥ ପାଇଁ ଅନ୍ୟ ଖୁସି ଲୁଟି

   ଆଖିରେ ଯେ ଭରେ ଲୁହ ।


ପ୍ରତିଟି ଜୀବନେ ଈଶ୍ବର ଅଛନ୍ତି 

     ଜୀବନ୍ତ ଈଶ୍ବର ସିଏ

ତାଙ୍କୁ ଯଦି ସୁଖ ଶାନ୍ତିରେ ରଖିବ

    ପୂଣ୍ୟ ଧର୍ମ ପ୍ରାପ୍ତ ହୁଏ ।


ଓପାସରେ ଯିଏ ରହିଥିବ ଦୁଃଖେ

    ତାକୁ ଖାଇବାକୁ ଦେଲେ

ତା ଓଠ ହସରେ ଯେଉଁ ଆଶୀର୍ବାଦ 

   ପାଇବନି କେବେ ଭଲେ ।


ଜୀବନ୍ତ ଠାକୁର ବୃକ୍ଷଟି ଆମର

    ତା ବିନା ନାହିଁ ଗତି

ତାକୁ ଯଦି କାଟି ଧ୍ବଂସ କରି ଦେବ

    ପ୍ରକୃତି ହୋଇବ ଇତି ।


ଗୋମାତା ଆମର ଜୀବନ୍ତ ଈଶ୍ବର 

    ଆମକୁ ପାଳୁଛି ସିଏ

ତା ପାଇଁ ଆମ ସମ୍ବଳ ବଢୁଛି

   ବଳ ସେ ଯୋଗାଇ ଦିଏ ।


ପ୍ରତିଟି ଜୀବନ ଜୀବନ୍ତ ଈଶ୍ବର

     ସେବା କଲେ ମନ ଜାଣି

ତାଙ୍କ ଆଶୀର୍ବାଦେ ସୁଖରେ ଚାଲଇ

    ସଂସାର ସୁଖ ତରଣୀ ।


ଜୀବନ୍ତ ଈଶ୍ବର ପାଦରେ ସର୍ବଦା 

    କର ଭକ୍ତି ପ୍ରଣିପାତ 

ସେଇ ଆଶୀର୍ବାଦେ ଉଜ୍ଜଳ ହୋଇବ

    ତାର ଭାଗ୍ୟ ଭବିଷ୍ୟତ ।



Rate this content
Log in

Similar oriya poem from Abstract