STORYMIRROR

Anita Dash

Inspirational

3  

Anita Dash

Inspirational

ଜୀବନରେ ରଙ୍ଗ

ଜୀବନରେ ରଙ୍ଗ

1 min
248


ରଙ୍ଗ; ଜୀବନରେ ରଙ୍ଗ ଭରିଦିଏ

ମଙ୍ଗଳ ମୁହୂର୍ତ୍ତ ସାଙ୍ଗ କରିଦିଏ

ମାନସିକ ଖୁସି, ସତ୍ ଚିନ୍ତାଧାରା

ମସ୍ତିଷ୍କ ସ୍ଥିରତା ଦେଇଥାଏ ଧରା ।


କ୍ରିୟା ପ୍ରତିକ୍ରିୟା ଚେତନା କରଣେ

ରଙ୍ଗ ଅବିଚ୍ଛେଦ୍ୟ ପ୍ରାଣୀର ଜୀବନେ

ହୋଇଥାନ୍ତା ମହୀ ଯଦି ରଙ୍ଗହୀନ

କେତେ ଛନ୍ଦହୀନ ଲାଗନ୍ତା ଜୀବନ !


ଅସୁମାରୀ ନୀଳ ସୁନ୍ଦର ସାଗର

ଅମାନିଆ ଢେଉ ନୃତ୍ୟର ସମ୍ଭାର

ଚୁନା ଚୁନା ଜଳ ତରଙ୍ଗ ଫୁଆର

ହରିନିଏ ସବୁ ଦୁଃଖ ଜୀବନର ।


ତୁଷାର ମୁକୁଟ, ଧୂସର ପାହାଡ

ପାଦଦେଶେ ରୂପା ଝରଣାର ଝର,

ସବୁଜ ବନାନୀ, ବିସ୍ତୀର୍ଣ୍ଣ ପ୍ରାନ୍ତର

ପ୍ରକୃତି ସୁଷମା ବଡ ଚମତ୍କାର ।


ଜାତି ଜାତି ଫୁଲ ନାନା ରଙ୍ଗ ହସେ

ତା ହସ ମହକ ଚଉଦିଗେ ବାସେ

ସୁଗନ୍ଧରେ ଭରେ ମନ ପ୍ରାଣ କେତେ

ଜୀବନେ ସପନ ତାଜା ତାଜା ଲାଗେ ।


ପ୍ରାଚୀ ସୁନ୍ଦରୀର ମଥାର କୁଙ୍କୁମ

ଵାଳ ସୂରୁଜଟି ଦିଶେ ଅନୁପମ ।

ସୋରିଷ କ୍ଷେତରେ ସିନ୍ଦୁରି କିରଣ

ସମୀରର ତାଳେ ଅପୂର୍ବ ନର୍ତ୍ତନ।


କଳା ମେଘ ଢାଳେ ବରଷାର ବାରି

ସୁରଙ୍ଗୀ ମୟୂର ନାଚେ ମନଭରି

ବରଷାର ଅନ୍ତେ, ଇନ୍ଦ୍ରଧନୁ ଆଭା

ରୂପ ବଇଭବ କେଡେ ମନଲୋଭା।


ଲକ୍ଷେ ପୂଣ୍ୟଫଳେ ମଣିଷ ଜନମ

ରଙ୍ଗେ ଭରିଦବା ଦୁର୍ମୂଲ୍ୟ ଜୀବନ

ଦୁଇଦିନ ଏହି ଦୁନିଆରେ ଖେଳ

ହସି ଖେଳି ଆମ ପୁରିଯାଉ କାଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational