STORYMIRROR

Rajendra Prasad Sahoo

Abstract Fantasy Others

3  

Rajendra Prasad Sahoo

Abstract Fantasy Others

ଜୀବନରେ ଜୀବନ

ଜୀବନରେ ଜୀବନ

1 min
300

ଜୀବନରେ ଜୀବନ……

କାହିଁକି ହେଉଛୁ ଏତେ ଦାରୁଣ

ମଣିଷ ଜୀବନ କର୍ତ୍ତବ୍ୟ ପାଇଁ

ପ୍ରଭୁ,କର୍ତ୍ତବ୍ୟ ପାଇଁ……

ଯାହା ଆଜି ଅଛି କାଲି ନାହିଁ

ଆଜକୁତ ଯିବାନି ଧାଇଁ

ପ୍ରଭୁ ହେ…ପ୍ରଭୁ ହେ……।୧।


ଏତ ଦିନେ ନା ଦିନରେ ଯିବ

ମଣିଷ ଉଦ୍ଧାର ହେବ

ଏ ଭୂଇଁ ଅଟଇ କରମ ଭୂଇଁ

ପ୍ରଭୁ,କରମ ଭୁଇଁ……

ଯେ ସାର୍ଥକିଛି ସେ ରହିବ

ଅନ୍ୟର ଜୀବନ ଯିବ

ପ୍ରଭୁ ହେ…ପ୍ରଭୁ ହେ…..।୨।


ଏ କର୍ମମୟ,ସମ୍ପଦେ ମୋହ

ଉଦ୍ଧାରିବା ପାଇଁ ତୁମେ ସହାୟ

ପ୍ରଭୁ ତୁମେ ସହାୟ…..

ଏ ସବୁ ବନ୍ଧୁ ବାନ୍ଧବ

ହେବେ ତ ସବୁ ଗାଏବ

ଏ ଶରୀର ଯେବେ ମର୍ତ୍ତ୍ୟ ଛାଡିବ

ପ୍ରଭୁ ହେ…ପ୍ରଭୁ ହେ…..।୩।


କେବେ ଅମ୍ବର ସମାନ ମେରୁ

କେବେ ପାହାଡ଼ ସମାନ ଢାଲୁ

ଏ ଜୀବନ ତ କଣ୍ଟକମୟ

ପ୍ରଭୁ କଣ୍ଟକମୟ…..

ଧନ ତ ସଭିଙ୍କ ମନ

ଦାନ ତ ଖାଲି ପୁରାଣ

ପ୍ରଭୁ ହେ…ପ୍ରଭୁ ହେ….।୪।


ହେଲେ ସେ ଧନ ନାହିଁ କାହାର

ଜୀବନ ତ ଥରହର

ଏହି ଜୀବନ ତ କରମମୟ

ପ୍ରଭୁ କରମମୟ……

କର୍ମେ ଥିଲା ଯେ ବଳୁଆ

ଆଜି ଯେ ସେ କର୍ମହରା

ପ୍ରଭୁ ହେ….ପ୍ରଭୁ ହେ…।୫।


ଏ ତ ଜୀବ ଅଟେ ଅଭିମାନ

ମାଗୁଛି ତୁମ୍ଭ ଚରଣ

ଏ ନିଃସ୍ୱକୁ ତୁମ୍ଭେ ଉଦ୍ଧାର କର

ପ୍ରଭୁ ଉଦ୍ଧାର କର……

ଜୀବର ଆର୍ତ୍ତ ପ୍ରାର୍ଥନା

ସ୍ଵୀକାର କର ହେ ନନା

ପ୍ରଭୁ ହେ…..ପ୍ରଭୁ ହେ……

ପ୍ରଭୁ ହେ……।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract