STORYMIRROR

Rajendra Prasad Sahoo

Others

5.0  

Rajendra Prasad Sahoo

Others

ଗ୍ରୀଷ୍ମଦିନ

ଗ୍ରୀଷ୍ମଦିନ

1 min
348

ବସନ୍ତ ଯାଇଛି ପର କରି,

ଏଇ ଭୂଇଁକୁ ଆଡ଼ କରି

ଆସିଲା ଏ ଗ୍ରୀଷ୍ମଦିନ,

ତେଜେ ଉଷ୍ମ ହେଲେ ତପନ


              ନଭୁ ବର୍ଷନ୍ତି ହୁତାଶନ,

              ଶୁଷ୍କଇ ସକଳ ଜୀବନ

              ପ୍ରଚଣ୍ଡ ରୌଦ୍ରର ଅତି ପ୍ରକୋପ,

              ଗରମେ ମୂର୍ଚ୍ଛଇ ସକଳ ମାନବ


ଉଷ୍ମପବନ ଚତୁର୍ଦ୍ଦିଗରୁ,

ତୃଷାର୍ତ୍ତ ଚିତ୍କାର ପାଟି ଭିତରୁ

ଥଣ୍ଡା ପାନୀୟ,ଥଣ୍ଡା ପବନ,

ଗରମରୁ ଦିଏ ବଡ ଆରାମ


              ଶୁଷ୍କ ହୁଅଇ ମୁଖଗହ୍ୱର,

              ଜୀବନ ବିହୁନେ ଜୀବ ଥରହର

              ନିଶାମୁଖେ ଏକ କାଳବୈଶାଖ,

              ଗରମ ବେଦନାରୁ ଦିଅଇ ସୁଖ


ଆଉନାହିଁ କମ୍ବଳ ଚାଦର,

ଚାରିକାନ୍ଥ ହୁଏ ଅତି ନିଜର

ଦିନର ଗରମ ଅତି ଅସହ୍ୟ,

ଅଂଶୁଘାତେ ଆସେ ଶେଷ ସମୟ


                 ତହିଁରେ ପୁଣି ଗ୍ରୀଷ୍ମଅବକାଶ,

                 ଆମ୍ବ , ଜାମ୍ମୁ , ଖଜୁରୀ , ପଣସ

                 ଛାତ୍ରେ ହ୍ୱନ୍ତି ଅତି ଉତ୍ଫୁଲ୍ଲ 

                 ଭ୍ରମଣେ ଯାଇ ହ୍ୱନ୍ତି ପ୍ରଫୁଲ୍ଲ


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍