STORYMIRROR

Rajendra Prasad Sahoo

Abstract Thriller Children

4  

Rajendra Prasad Sahoo

Abstract Thriller Children

ବାସ୍ତବରେ ସ୍ୱପ୍ନ....

ବାସ୍ତବରେ ସ୍ୱପ୍ନ....

1 min
26

ସପନ ରାଇଜେ ଚଳଚ୍ଚିତ୍ର ପ୍ରୀତି,
ପିଲାଦିନର ସେହି ଅଭୁଲା ସ୍ମୃତି
ଅମାନିଆ ଏଇ ମନ ମୋହର
ଗଢି ଦେଉଥାଏ ସ୍ୱପ୍ନର ଘର..

ସେ ବାସେ ବାସର ଅନେକ ଆଶା
ଛାଡି କି ହେବ ଏ ସୁନ୍ଦର ନିଶା
ନିଶାର୍ଦ୍ଧରେ ପୁଣି ପ୍ରଚୁର ସ୍ୱପ୍ନ ,
ସ୍ୱପ୍ନ ରାଇଜେ ନିତି ବିଚରଣ..

ସେ ସ୍ୱପ୍ନ ନୁହଇ ଏ ସ୍ୱପ୍ନ ସରି ,
ଏ ସ୍ୱପ୍ନ ଦିଅଇ ପ୍ରେରଣା ଭରି
ସ୍ଵପ୍ନ ନେଇଯାଏ ଲକ୍ଷ୍ୟର ରୂପ
ସମୟ କ୍ରମେ ଆଶାର ପ୍ରଦୀପ...

ଆଶାର ଆଶେ ଏକ ଦିନରାତି
ଲକ୍ଷ୍ୟ ମଧ୍ୟେ ଆସେ ଭାଗ୍ୟ ନିକିତି,
ଲକ୍ଷ୍ୟ ସାଧନେ ପୂର୍ଣ୍ଣ ସମର୍ପିଣ
ତଥାପି ନ ଆସେ ସେପରି ଦିନ...

ଏପାଖେ ସପନ ସେପାଖେ ଦାୟିତ୍ୱ
ମୁଖ୍ୟ ସାଜେ ଆଜି କର୍ତ୍ତବ୍ୟ ମହତ୍ତ୍ଵ,
କୈଶୋରାବସ୍ଥାରେ ଦାୟୀତ୍ବ ବୋଝ
କୁହେ ଛାଡ଼ିବାକୁ ସ୍ୱପ୍ନର ଶେଯ...

ବୋଝ ଲାଗେ ଆଜି ଦାୟୀତ୍ବ ଭାର
ଛିଣ୍ଡି ଯାଇଛି ମୋ ସ୍ୱପ୍ନର ପର,
ଡର ଲାଗେ ଆଜି ସ୍ୱପ୍ନ ଦେଖିବାକୁ
କାଳେ ବନ୍ଧିଯିବ ପିଞ୍ଜରା ମଧ୍ୟକୁ...

ଦାୟିତ୍ୱ ସହ ଭାଗ୍ୟର ତାଣ୍ଡବ
କରି କି ପାରିବି ସ୍ୱପ୍ନକୁ ଠାବ ?
ତଥାପି ଟିକେ ବଡ଼ ହେବାର ଆଶା
ଜୀବନକୁ ଦିଏ ନୂଆ ପରିଭାଷା....

ବିଶ୍ୱାସ କରେ ମୁଁ କାଳିଆ ନିକିତି
ସହଜେ ମିଳିବ ଲକ୍ଷ୍ୟ କି ଏମିତି?
କର୍ମକୁ ଆଦରି ଘର୍ମ ମୁଖେ ମାରି,
ପାଇପାରିବି ମୋ ସ୍ୱପ୍ନର ସବାରି...

ପାଇପାରିବିି ମୋ ସ୍ୱପ୍ନର ସବାରି..।

   ~ରାଜେନ୍ଦ୍ର ପ୍ରସାଦ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract