STORYMIRROR

Rajendra Prasad Sahoo

Abstract Action Inspirational

3  

Rajendra Prasad Sahoo

Abstract Action Inspirational

କରୋନା କରୋନା କରୋନା

କରୋନା କରୋନା କରୋନା

1 min
260

କରୋନାକୁ ତୁମେ ଜମା ଡ଼ରନା


ଭାବିଲେ ଏହାକୁ ମହାମାରୀ

ଯିବ ନାନା ପ୍ରାଣ ନାଶ କରି

ଭାବ ଏହାକୁ ଏକ ଶତ୍ରୁ ପରି

ଭୀଡ଼କୁ ଭାବ ଯୁଦ୍ଧକ୍ଷେତ୍ର ପରି


ଜିତିବାକୁ ହେଲେ ଯୁଦ୍ଧ ଏଠି

ହବାନି ଆମେ ଜମା ଏକାଠି

କରୋନା!କରୋନା!କରୋନା!

କରୋନାକୁ ତୁମେ ଜମା ଡ଼ରନା


ବାହାରେ ବୁଲେ ଏ ଏଠି ସେଠି

ଡାକି ନ ଆଣିଲେ ୟାକୁ ଏଠି

ଭାଙ୍ଗି ଗୁଣ୍ଡ ହେବ ଏହାର ମୁଠି

ସଫା ହାତେ ମୁହଁକୁ ଛୁଅଁ ଏଠି


ମୁଣ୍ଡବ୍ୟଥା,କାଶଛିଙ୍କ ଥିଲେ

ଦୂରେଇ ରହିବ ତୁମେ ସଭିଏଁ

ଜ୍ୱର,ଶ୍ଵାସେ ଅସୁବିଧା ହେଲେ

ଜାଣିବ କରୋନା ଏଠାରେ ବୁଲେ


ଦୁରେଇ ରହିବ ସେହି ବ୍ୟକ୍ତିଠୁ

ସମାଜକୁ ଦୂରେ ରଖିବ ତାଠୁ

କରୋନା!କରୋନା!କରୋନା!

କରୋନାକୁ ତୁମେ ଜମା ଡ଼ରନା


ସାବୁନେ ହାତ ତୁମେ ଧୋଇବ

ଅନ୍ୟଙ୍କୁ ନମସ୍କାର କରିବ

ସଚେତିତ ହୋଇବା ୟାର ମନ୍ତ୍ର

ସଚେତନ କରିବା ୟାର ତନ୍ତ୍ର


କାଶଛିଙ୍କରେ କହୁଣୀ ଦେବ

ବାହାରକୁ ଗଲେ ମୁଖା ପିନ୍ଧିବ

ରୋଗ ଥିଲେ ତୁମେ ପ୍ରକାଶ କର

ସରକାରଙ୍କୁ ସହଯୋଗ କର


ପ୍ରକାଶ କଲେ ହେବ ଶକ୍ତିଶାଳୀ

ନ ପ୍ରକାଶିଲେ ହେବ ଆତତାୟୀ

ସାବଧାନ ହେବା ଅତି ଜରୁରୀ

ତା’ବିନୁ ଅନ୍ୟ ବାଟ ଅବା ନାହିଁ


ଗୁଜବକୁ ତୁମେ ବିଶ୍ବାସ ନ କର

କର୍ମଚାରୀଙ୍କୁ ସହଯୋଗ କର

କରୋନା!କରୋନା!କରୋନା!

କରୋନାକୁ ତୁମେ ଜମା ଡରନା


ବେଳ ଥାଉ ଥାଉ ସତର୍କ ହୁଅ

ଶତ୍ରୁକୁ ହରାଇ ବିଜୟୀ ହୁଅ

କରୋନା!କରୋନା!କରୋନା!

କରୋନାକୁ ତୁମେ ଜମା ଡ଼ରନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract