Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajendra Prasad Sahoo (class X)

Abstract Tragedy Inspirational

4.9  

Rajendra Prasad Sahoo (class X)

Abstract Tragedy Inspirational

ସଫଳତା ଓ ବିଫଳତା

ସଫଳତା ଓ ବିଫଳତା

1 min
288


ସଫଳତା ଯା’ର ,ହୁଏ ସେ ନିଜର

ବିଫଳ ବ୍ୟକ୍ତିକୁ,କାହିଁ ପଚାର

ଯେ ହୁଏ ସଫଳ,ପ୍ରଶଂସା ତାହାର

ହୃତ ମଣିଷକୁ, କାହିଁ ପଚାର

ଏ କି ବିଡ଼ମ୍ବନା ……


ସଭିଏଁ ଜନ୍ମିଛନ୍ତି ହୋଇ ମାନବ

କେ ନୁହେଁ ଠାକୁର, କେ ନୁହେଁ ବାନର

ଯେ କରଇ ନିଜର ଲକ୍ଷପ୍ରାପ୍ତି

ହୁଏ ଯେ ପ୍ରତ୍ୟୁଷ ତାହାର ରାତ୍ରି ।


ପର କରିବାକୁ ଏ ଅନାଦର

ଶୁଭ ଚିନ୍ତନକୁ ନିଜର କର

ଶତ୍ରୁ ସହିତ ତୁଳନା କର

ଭୁଲକୁ ଖୋଜି ବାହାର କର ।


ସମୟ ଅଟଇ ଶକ୍ତିର ସମ୍ଭାର

ସେ ଶକ୍ତିକୁ କରି ଅସ୍ତ୍ର ନିଜର

ତେଜିବାକୁ ହେବ ବସ୍ତ୍ର ଲଜ୍ଜ୍ୟାର

କରମର ପଥେ ହୁଅ ଅଗ୍ରସର

ଏହା ତ ନିୟମ ……


ଆଜିର ଜୀବନ କର୍ମର ଭୁବନ

କର୍ମ ବିନା କାହାର ନାହିଁ ହିଁ ମାନ

ଅସୁବିଧା ସୁବିଧାର କାରକ

ବିଫଳତା ସଫଳତାର ଚକ ।


ମନକୁ ଆଣ ପୂର୍ବ ସମୃଦ୍ଧି

ଆତ୍ମବିଶ୍ୱାସ ତ ହେବ ବୃଦ୍ଧି

ସମାଜ କହିବ,ତୁମକୁ କେଞ୍ଚିବ

ଏବେ ଯେ ବିଫଳ ହବ ସେ ସଫଳ ।


ସଫଳତାବେଳେ ଜହ୍ନକୁ ଦେଖ

ସେ କେତେ ଉଚ୍ଚରେ ଅଛରେ ଦେଖ

ବିଫଳତାବେଳେ ଭୁଇଁକୁ ଦେଖ

ନିଜେ କେତେ ଉଚ୍ଚେ ଅଛରେ ଦେଖ ।


ଏ ତ ମହାମନ୍ତ୍ର……


Rate this content
Log in