ଜୀବନରେ ଜୀବନ ଆଉ କନ୍ଦାନା ଏମିତି
ଜୀବନରେ ଜୀବନ ଆଉ କନ୍ଦାନା ଏମିତି
ଜୀବନ ରଙ୍ଗମଞ୍ଚରେ ଜୀବନ ଯିବ ଯାଉ,
ହେଲେ...
କେବେ ଏଇ ପେଟ ଭୋକିଲା ନରହୁ l
ଅଣ୍ଟିରେ ଧନ ନଥିଲେ ତଣ୍ଟି ଶୁଖିଯାଏ,
ଆଉ...
ବିକଳରେ ପେଟ ଆବୁ ଟାବୁ ହୁଏ l
ଜୀବନରେ ଜୀବନ ଆଉ କନ୍ଦାନା ଏମିତି,
ଜାଣିଛି...
ସମୟ ଚାଲିଯିବ ବୟସବି ଯିବ ଚାଲି l
ଜୀଇଁବା ପାଇଁ ମୁଁ ରଖିଛି ବିଶ୍ବାସ,
କାହିଁକି...
ହତୋତ୍ସାହ କରେ ମତେ ଆଶାଶୂନ୍ୟ ସମାଜ l
ଲଗାମ୍ ଲଗେଇବ ଯଦି ଦୌଡୁଥିବା ଘୋଡାକୁ,
ତେବେ...
ଜାଣି ପାରିବ ପ୍ରକୃତ ମେଦିନୀ-କମ୍ପା ଗର୍ଜନକୁ l
ଯାହା ହଉ ପଛେ ବିଷମ ପରିସ୍ଥିତି,
ତାହା...
ମୋ ଆତ୍ମ ଶକ୍ତିଠାରୁ କମ୍ ଅଛି l
ମୁଠି ବନ୍ଧ କରି ସମସ୍ତଙ୍କୁ ପଛେଇ,
ମୁଁ....
ଆଗେଇ ଯିବାପାଇଁ ସଦା ଉଦ୍ୟତ ଅଛି l
ଜୀବନରେ ଜୀବନ ଆଉ କନ୍ଦାନା ଏମିତି,
ଜାଣିଥା....
ଅନ୍ୟଠୁ ଆଗେଇଯିବି ଏହା ମୋ ପ୍ରତିଶ୍ରୁତି l
