STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ଜୀବନର ସ୍ରୋତ

ଜୀବନର ସ୍ରୋତ

1 min
288


ଅତିକ୍ରମି କେତେ ବନ୍ଧୁର ପଥ

ସୁଖ ଦୁଃଖ ସାଥେ ନେଇ

ଜୀବନର ସ୍ରୋତ ନଦୀଟିଏ ହୋଇ

ନିରବେ ଯାଉଛି ବହି ll


ଜୀବନ ମରୁର ତପ୍ତ ବାଲିରେ

କଣ୍ଟକିତ ଉପବନ

ଶାଖାନଦୀ ପୁଣି ଉପନଦୀ ସାଥେ

ସନ୍ତାପେ ସନ୍ତପ୍ତ ପ୍ରାଣ ll


ଜନମ ମରଣ ବିଧିର ବିଧାନ

ସତେକି ଅପୂର୍ଵ ଶୋଭା

ନୀଳ ନିମ୍ନଗାର ଦୁଇକୂଳ ଛୁଏଁ

ଲୋହିତ କିରଣ ଆଭା ll


କ୍ଷଣିକ ଅସାର ଜୀବନର ମାୟା

ମରୀଚିକା ପଥ ଛୁଇଁ

ସତ୍ୟ ଧର୍ମ ନ୍ୟାୟ ପ୍ରତିଧ୍ୱନି ସାଥେ

ସଗର୍ବେ ଯାଉଛି ଧାଇଁ ll


ସରି ସରି ଆସେ ଜୀବନ ଆୟୁଷ

ଦିନ ଦଣ୍ଡ ବର୍ଷ ମାସ

ଶୁଭେଚ୍ଛାର ବାର୍ତ୍ତା ହୃଦୟରେ ବହି

ଆନ ମୁଖେ ଦିଅ ହସ ll


କିଏସେ ଆସିଲା କିଏସେ ବା ଗଲା

ନାହିଁ ଏଠି କା'ର ଚିନ୍ତା

ସ୍ୱାର୍ଥ ସରିତରେ ସନ୍ତରଣ କରି

ସରବେ ଗାଆନ୍ତି ଗାଥା ll


ପର ଉପକାରେ କଟେ ଯା' ଜୀବନ

ସଂତୃପ୍ତିର ଭାଷା ବହି

ପୁଣ୍ୟର ସାଗରେ ଦେହ ପଖାଳେ ସେ

ବାସେ ମହ ମହ ହୋଇ ll


ନବ ନିର୍ବାଣର ଦୀପ ଶିଖା ଭଳି

ପରକୁ ଆଲୋକ ଦେଇ

ଜୀବନ ଯୌବନ ଜଂଜାଳ ଫେଇ

ଯବନିକା ଯାଏ ଛୁଇଁ ll


ଶମଶାନ ଡାକେ ପ୍ରୀତିର ପରଶେ

ଆସ ମୋ କୋଳକୁ ଧନ

କାଳ ପୁରିଲାଣି ବେଳ ଗଡ଼ିଲାଣି

ଛାଡ଼ି ତୁଚ୍ଛା ଅଭିମାନ ll


Rate this content
Log in

Similar oriya poem from Inspirational