Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

4  

Hrushikesh Satpathy

Inspirational

ଜୀବନର ସଂଜ୍ଞା

ଜୀବନର ସଂଜ୍ଞା

1 min
524


ଜୀବନର ସଂଜ୍ଞା ଜାଣିଛ କି ବନ୍ଧୁ

ଦେଖିଛ କି ତା' ଠିକଣା ?

ସୁଖ ତ ସୀମିତ ,ଦୁଃଖ ଅପ୍ରମିତ

ଫର୍ଦ୍ଦ ଫର୍ଦ୍ଦ ପ୍ରତାରଣା !!


ଜଘନ୍ୟ ଜହ୍ଲାଦେ କରିଥିବ ତୁମେ

ଅମିତ୍ରାକ୍ଷରୀ ମିତ୍ରତା !

ମିତ୍ରାକ୍ଷରୀ ମିତ୍ର ଦୁର୍ଲଭ ଜଗତେ

ସର୍ବତ୍ର ପକ୍ଷପାତିତା !!


ଜୀବନକୁ କେବେ ପରଖି ଦେଖିଛ ?

ମିଛ ମରୁ ବାଲିପଠା !

କଣ୍ଟକିତ ପଥେ ଉତ୍ଥାନପତନେ

ଧୂଳିଝଡ଼ ମୁଠା ମୁଠା !!


ଜୀବନ ଜାତକ ପଢିଛ କି ବନ୍ଧୁ

ଦେଖିଛ ତା' ମୁଖବନ୍ଧ ?

ପ୍ରଥମ ଅକ୍ଷରୁ କ୍ଷରି କ୍ଷରି ଯାଏ

ଜାତକର ମାନଦଣ୍ଡ !!


ଜ୍ୟୋତିଷଶାସ୍ତ୍ର ବି ଜଘନ୍ୟ ଜହ୍ଲାଦ 

ନିଷ୍ଠୁର ନିମ୍ନ ବିଚାର ।

ଶାସ୍ତ୍ରମୁଖା ପିନ୍ଧି ନୀତି ବିରୁଦ୍ଧରେ

ଅଧର୍ମ କରେ ପ୍ରଚାର !!


ନୀତି , ନ୍ୟାୟ ,ଧର୍ମ ଲୁପ୍ତପ୍ରାୟ ଆଜି

ନାହିଁ ବେଦ ପରମ୍ପରା ।

କେତେକ ଚରିତ୍ର ଜ୍ୟୋତିଷଶାସ୍ତ୍ରକୁ

କରୁଛନ୍ତି ଦିଗହରା !!


ବାସ୍ତୁଶାସ୍ତ୍ର ଅବା ଜ୍ୟୋତିଷଶାସ୍ତ୍ରରେ

ଶାସ୍ତ୍ରାଭିଷିକ୍ତ ସଂସ୍କୃତି !

ଏବେ ବି ରହିଛି, ରହି ଚାଲିଥିବ

ପାରମ୍ପରିକ ପଦ୍ଧତି !!


କୁଶାସ୍ତ୍ରରେ ଥିବା କଳୁଷିତ ଦ୍ରୁମ

ଦେବ କି ଅମୃତ ଫଳ ?

ଯାହାକୁ କହୁଛ ଧର୍ମବୃକ୍ଷ ବୋଲି

ତା' ଫଳ ଦିଏ ଗରଳ !!


ସ୍ୱର୍ଗ ବି ଜୀବନ,ନର୍କ ବି ଜୀବନ

ଜୀବନ କ୍ଷୁଦ୍ର ନାଟିକା !

ଦୃଶ୍ୟ ପରେ ଦୃଶ୍ୟ ସଜେଇ ଜାଣିଲେ

ବିଳମ୍ବିତ ଯବନିକା !!


ଯବନିକା ଭୟେ ଶେଷ ଦୃଶ୍ୟ ଭାବି

କର୍ତ୍ତବ୍ୟ ଯିବା କି ଭୁଲି ?

ଅତୀତ ପୃଷ୍ଠା ହିଁ ବର୍ତ୍ତମାନ ବକ୍ଷେ

ରଟେ ସ୍ମୃତି-ହୁଳହୁଳି !!


ଯବନିକା ଆଗୁ ବିଭୀଷିକା ଆସେ

ଅଙ୍କରେ କଳଙ୍କ ହେଲେ !

କଳଙ୍କର ରଙ୍ଗ କିଏ ବା କହିବ

ପ୍ରାଣ ପାଖୁଡା ମଉଳେ !!


ଜୀଇଁ ଜାଣିଥିଲେ ଜୀବନ ସୁନ୍ଦର

ଜାଣିଲେ ହସ ମଧୁର !

ମିଷ୍ଟଭାଷୀ ଓଠ ମଧୁ ମନ୍ଦାକିନୀ

ନୋହିଲେ ତୁଚ୍ଛା ଜହର !!


ଦୂର ପାହାଡ଼ ତ ସର୍ବଦା ସୁନ୍ଦର

ନିଜେ ହୁଅ ସଦାଚାରୀ !

ଜୀବନର ସଂଜ୍ଞା ବୁଝିଯିବ ବନ୍ଧୁ

ମିଳିବ ଶ୍ରଦ୍ଧା ସବୁରି !!


Rate this content
Log in

Similar oriya poem from Inspirational