STORYMIRROR

Beenapani Seth

Inspirational

3  

Beenapani Seth

Inspirational

ଜୀବନର ରୂପରେଖ

ଜୀବନର ରୂପରେଖ

1 min
243

ଜୀବନର ରୂପରେଖ

ଆଜି ବଦଳିଯାଇଛି

ପ୍ରତିମୁହୂର୍ତ୍ତରେ ପ୍ରତିକ୍ଷଣରେ

ନୂତନ ଭୟରେ ଛନ୍ଦି ହୋଇଯାଇଛି

କିଛି ପାଇବାର ପ୍ରଚେଷ୍ଟାରେ

ଜୀବନଟା ଦୁର୍ବିସହ ହୋଇପଡୁଛି

ଆତ୍ମା ପରମାତ୍ମାର ମିଳନରେ

ଶେଷ ମୁହୂର୍ତ୍ତର ଦୃଶ୍ୟ ରୋମାଂଚିତ ହୋଇ ପଡୁଛି

ସତସଙ୍ଗ, ସତକର୍ମର ଆବଶ୍ୟକତା

ମନୁଷ୍ୟ ଜୀବନକୁ ଆନ୍ଦୋଳିତ କରୁଛି

ଜୀବନଟା ଆଜି ତ୍ୱରାନ୍ୱିତ

ଧନ, ଲୋଭ, ମୋହମାୟାରେ ପଡି ମର୍ମାହତ

ଅସହିଷ୍ଣୁ ଜୀବନକୁ ନେଇ

ଧୀରେ ଧୀରେ ଶାନ୍ତ ସ୍ୱରୂପ ଯାଉଛି ଦୁରେଇ

ଜରାଗ୍ରସ୍ତ ଶରୀରରେ

ଜୀବନ ବିଲୁପ୍ତ ପ୍ରହରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational