STORYMIRROR

sudhakar sethi

Drama

3  

sudhakar sethi

Drama

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
281


ସମୟ ତାଳରେ ବଦଳୁଛି ମନ

ବଦଳୁଛି ପରିଭାଷା

ଦେହରେ ରଂଗ ମେଞ୍ଚାଏ ବୋଳି

ଆକାଶ ଛୁଇଁବାର ନିଶା ।


ସପନ ବଣିକ ବିକୁଛି ସପନ

ହାତରେ ତା ଯାଦୁଛଡି

ନିଶାତ ଏମିତି ଭ୍ରମିତ ପଥ

ବଡ ବିଶମ ସେ ଘଡି ।


ସତ୍ୟର ପଥ ଓଗାଳେ ଅସତ୍ୟ

ଆଖିରେ ଦେଇ ଅଞନ

ଭୋଜବିଦ୍ୟା ଭେଳିକି ଛାଇରେ

ପଥହରା ଏ ଜୀବନ ।

  

ଚକଚକ ଦୁନିଆ କରିଛି ବାଇ

ହୃଦର ଡାକ ଅଲୋଡା

ପାଦ ଖସୁଛି ଖସଡା ପଥେ

ମନେରେ ଜଳେ ନିଆଁ ।


ଉପରେ ଗୋଡଥୋଇ ଆଗେଇବାର

ବଢିଛି ମାନସିକତା

ଭଲ ପାଇବାର ଛଳନାର ଫାସେ

ହଜିଛି ସେ ମଧୁରତା।


ଫରକ ପଡେନି ନିଷ୍ଠୁର ହୃଦୟ

ଏତ ନିତିଦିନ ଖେଳ

ନୀରିହ ମନଟି ଜଳି ପୋଡି ଯାଏ

ପାଏନି ସେ ଥଳକୂଳ।


ଗୋଟେ ଡାଳଛାଡି ଆନ ଡାଳକୁ

ସହଜରେ ନିଏ ଭିଡି

ମାୟାର ମୋହରେ ଯାଇଛି ଭୁଲି 

ଅତିତର ସେ ଘଡି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama