STORYMIRROR

Debadatta Jena

Abstract Romance Inspirational

3  

Debadatta Jena

Abstract Romance Inspirational

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
276


ହେ ପ୍ରିୟତମ ବର୍ଣ୍ଣ ବିଭାର ଆଦ୍ୟ ସ୍ୱରୂପ 


ସକଳ ସୃଷ୍ଟି ଓ ଶକ୍ତିର ଆଧାର, 


ଉଦୟ ଭାସ୍କର,ସକାଳର ପହିଲି କିରଣ 


ତୁମ ସ୍ପର୍ଶର ରଙ୍ଗ ନାଲି! 


ଜବା ପୁଷ୍ପର ଲାଲିମ ଆଭାରେ, 


ଦିନ ମଧ୍ୟାହ୍ନର ଉଜ୍ଜଳ ବହ୍ନିରେ, 


ଲାଲ ମନ୍ଦାରର ରକ୍ତିମ ପ୍ରଭାରେ, 


ଅପରାହ୍ନର ବର୍ଣ୍ଣ ଵିଭାରେ ଲାଲି, 


ଜୀବନର ପ୍ରତି ବିନ୍ଦୁର ରଙ୍ଗ ଲାଲି, 


ପ୍ରତି କୋଣେ ଅନୁକୋଣେ,ବିଭବ ଵିଭାରେ 


ରକ୍ତର ରଙ୍ଗର ଲୋହିତ ଆଭା ବି ନାଲି! 


ଲାଲ ରକ୍ତ ବର୍ଣ୍ଣରେ ତୁମେ ନାଲି!


ତୁମ ଲାଲିମା ଅଂଶୁରେ ବି ନାଲି!!


ଆଲୋକ ସନ୍ଧାନେ, ରୌଦ୍ର ପ୍ରକାଶରେ 


ସେଇ ରୋଷଣି ରଶ୍ମୀରେ ନାଲି, 


ଘନ ଅନ୍ଧକାର କାଳିମା ବିନାଶଇ ନାଲି, 


ସିନ୍ଦୁରା ଆକାଶର ରଙ୍ଗ ବି ନାଲି!


ପ୍ରତି କିରଣର ରଙ୍ଗ ନାଲି, 


ପ୍ରତି ରଞ୍ଜନ ରଶ୍ମୀ ବି ନାଲି, 


ପ୍ରତି ଶୋଷଣ ଓ ପ୍ରତି ଫଳନର ସେ ଉଜ୍ଜଳ 


ଜ୍ୟୋତିର ପ୍ରତୀକ,ପ୍ରତି ରଙ୍ଗ ଦିଶେ ନାଲି!!


ପ୍ରେମ ଗୋଲାପ ଫୁଲ ବି ଲାଲ, 


ପ୍ରୀତି ପରାଣ ସ୍ପର୍ଶର ରଙ୍ଗ ଲାଲ, 


ଜୀବନର ଦୀପ, ଜୀବନ ପ୍ରଦୀପ,


ସେ ଜୀବନ ଆଲୋକର ବର୍ଣ୍ଣରେ 


ଆଲୋକିତ ସବୁ, ସେ ଜୀବ ସତ୍ତାର


ଜୀବନ ଲାଲିମା ନାଲି!


ଭାବନାର ରଙ୍ଗ ଲାଲ, ସ୍ପନ୍ଦନର ରଙ୍ଗ ଗାଢ଼, 


ମନର ରଙ୍ଗରେ, ହୃଦୟ ରଙ୍ଗରେ, 


ପ୍ରତୀକ,ସଂକେତ ସେ ରକ୍ତର ରଙ୍ଗ, 


ଲାଲ, ପିତ ଲୋହିତ, ପାଟଳ ରଙ୍ଗ


ଆଦ୍ୟ ଓଁକାର ଧ୍ୱନୀର ରଙ୍ଗ ବି ଲାଲ !


ପାଦ ଅଳତାର ରଙ୍ଗ ନାଲି, 


ପ୍ରିୟା ହାତର କଙ୍କଣ ନାଲି, 


ତାର ମୁଖର ଅଧର ନାଲି, 


ପ୍ରିୟା ପଣତର ରଙ୍ଗ ନାଲି, 


ତାର ମଥାର ସିନ୍ଦୁର ନାଲି, 


ସେଥିପାଇଁ ବୋଧେ ପ୍ରେମର ସ୍ମାରକ 


ରକ୍ତର ଗୋଲାପ,ସାଜିଥାଏ ରଙ୍ଗ ନାଲି, 


ଯେତେ ରାଗ, ଅନୁରାଗ,ଆବେଗ,ବିରାଗ, 


ସେ ରଙ୍ଗ ବସଂତର ରଙ୍ଗ ନାଲି!


ରକତର ରଙ୍ଗ ଲାଲ, 


ଜୀବନର ରଙ୍ଗ ଲାଲ 


ସେ ଜୀବନ ରଙ୍ଗରେ, ରକ୍ତ କଣିକାରେ 


ସ୍ୱଚ୍ଛ ରକ୍ତ ପ୍ରବାହ ଲାଲ, 


ସୁକ୍ଷ୍ମ ଲୋହିତ କଣିକା ଲାଲ, 


ରକ୍ତର ଦାନ, ମହତ ଦାନ, 


ଜୀବନ ଆଲୋକ ମହାନ, 


ସେ ରଙ୍ଗର ଶୋଭା, ସେ ରଙ୍ଗର ଆଭା, 


ଜାତୀୟ ପତାକା, ତ୍ରିରଙ୍ଗା ରଙ୍ଗ ବି ଲାଲ, 


ସେ ପତାକାର ଜୟ ଜୟ କରେ, 


କରେ ସେ ଲାଲ ସଲାମ !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract