Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Inspirational Others

4  

Trushna Das

Abstract Inspirational Others

ଜୀବନର ରାଜପଥେ

ଜୀବନର ରାଜପଥେ

1 min
141


ଜୀବନର ରାଜପଥେ

ଆଗେଇ ଚାଳିଛି ମୁଁ ଯେ କୁଆଡେ 

ଜଣା ନାହିଁ ମୋତେ 

ଗନ୍ତବ୍ୟ ସ୍ଥଳ ଠିକଣା କୁଆଡ଼େ । 


ଜୀବନର ରାଜପଥେ

ବୟସ ଚାଳିଛି ଗଡି ଗଡି ତା ବାଟେ

ତାକୁ ଜଣି ଅଛି ତାର ଲକ୍ଷ୍ୟ ସ୍ଥଳ ସତେ

ମୃତ୍ୟୁ ପକାଇବ ପୂର୍ଣ୍ଣଛେଦ ତା ବାଟେ । 


ଜୀବନର ରାଜପଥେ

କେତେ ହସ ଖୁସି ଯେ ଆସେ

ଆଖିରେ ଭରିଦିଏ କେତେବେଳେ ଖୁସିର ଲକ୍ଷେ ଫଗୁଣ

ପୁଣି କେତେବେଳେ ଜୀବନ ପଥେ ଛିଡା କରି ଦିଏ ଦୁଃଖର ପାହାଡ । 


ଜୀବନର ରାଜପଥେ

କେତେ ଲୋକ ଆସି ପହଞ୍ଚନ୍ତି ନିଜ ଠିକଣା ଖୋଜି ଖୋଜି ଯେ

ନିଜର କାମ ହାସଲ ପରେ

ପର କରି ଯାଆନ୍ତି କୁଆଡେ । 


ଜୀବନର ରାଜପଥେ

ସପନର ବନାନୀ ଯେ ଥାଏ କେତେ

ମନକୁ ଛୁଇଁଲା ଭଳି ହୃଦୟଟି ମିଳିଲେ 

ଖୁସିର କୁସୁମରେ ପଲ୍ଲବିତ ସେହି ବନାନୀ ଯେ ।


ଜୀବନର ରାଜପଥେ

ଜୀବନ କାହାଣୀ ଗତି କରେ ଅଙ୍କାବଙ୍କା ପଥେ 

ଅଛି କଣ ସାମ୍ନା ଭବିଷ୍ୟତେ

କାହାକୁ ବି ଜଣା ନ ଥାଏ ଯେ । 


ଜୀବନର ରାଜପଥେ

ଆସେ ଝଡ ଏମିତି ଯେ

ଯାହା ଗତି ପଥକୁ ଦିଏ ବଦଳାଇ କୁଆଡ଼େ 

ବୁଝି ହୁଏନା ଜମାରୁ ଯେ । 


ଜୀବନର ରାଜ ପଥେ

ଭରା ଖୁସିର ସ୍ମୃତିରେ

ଦୁଃଖର କୋହରେ

ଖଟାମିଠା ଅନୁଭୂତିରେ । 


ଜୀବନର ରାଜପଥେ

ବହୁ କାହାଣୀର ପୃଷ୍ଠା ଜଡି ହୋଇ 

ଲେଖା ହୁଏ ଜୀବନର ନୂଆ ବହି ଯେ

ଯାହା ନିଜକୁ ହିଁ ପଢିବାକୁ ପଡେ ଯେ । 


ଜୀବନର ରାଜପଥେ

କେତେବେଳେ ଥାଏ ପ୍ରେମର ଘରଟିଏ

ତ ପୁଣି କାହା ଜୀବନେ ଥାଏ ପ୍ରତାରଣାର ଅବଶେଷ ଟେ

ବୁଝି ହୁଏନା ଜୀବନର ବାସ୍ତବତାକୁ ଯେ ।


ଜୀବନର ରାଜପଥେ

ଯେତେ ଯନ୍ତ୍ରଣା ଆସିଲେ ବି ଯେ

ଜୀବନ ଆମକୁ ହାରିବାକୁ ଦିଏ ନାହିଁ କେବେ

ଗୋଟିଏ ବାଟ ବନ୍ଦ ହେଲେ ବଞ୍ଚିବାର ନୂତନ ପଥ ଦେଖାଏ ।


Rate this content
Log in

Similar oriya poem from Abstract