ଜୀବନର ପଥେ
ଜୀବନର ପଥେ
ବାସନା ପ୍ଳାବିତ ପଥେ ଯେ ଧାବିତ
ଧନ ଉପାର୍ଜନେ ରତ
ଯେବେଠୁ ନିର୍ବଳ ଅନ୍ଧାର ଅର୍ଗଳ
ପଥେ ମୁଁ ହାରିଛି ସତ ।
ଶୈଶବେ ଲାଞ୍ଛିତ ପ୍ରାଣ ଅବାଞ୍ଛିତ
ଅଥୟ ହେଲାଣି ଚିତ୍ତ
ଦୂର ଚକ୍ରବାଳ ଦିଶେନାହିଁ କାଳ
ଛଡାଇ ନେଇଛି ବିତ୍ତ ।
ତୁମ ଭଳି ଥାଟେ ଚାଲୁ ଚାଲୁ ବାଟେ
ସଭିଏଁ ଦେଲେ ତ ଠକି
ବିପଦରେ ଫସି ଅଧାବାଟେ ବସି
ରହିଛି ଅଳପ ଥକି ।
ଉଠିବା ହିଁ ଥୟ ବିତିଲେ ସମୟ
ସାହାରା ଅଛି ଏ ବାଡ଼ି
ତୁମେ ଯିବା ଭଳି ଯିବି ଏଠୁ ଚଳି
ସଭିଙ୍କୁ ପଛରେ ଛାଡି ।
