STORYMIRROR

Yudhisthir Khamari

Inspirational

3  

Yudhisthir Khamari

Inspirational

ଜୀବନର ପଥ

ଜୀବନର ପଥ

1 min
689


ପଥିକ ମୁଁ ଜୀବନ ରାସ୍ତାର

ଚାଲୁଥିବି ଏକା ଏକା ଜୀବନ ଥିବା ଯାଏଁ

ବନ୍ଧୁର ପଥ ଅବା ସଂକୀର୍ଣ୍ଣ ଅର୍ଗଳୀ

ମୋ ପାଇଁ ପ୍ରତିବନ୍ଧକ ନୁହେଁ

ମାତ୍ର,ପ୍ରତାରଣା, ବିଶ୍ବାସଘାତକତା

ଦୋହଳାଇ ଦିଏ ମୋ ମୂଳଦୁଆକୁ

ଉଠିପଡି ଝାଡିଝୁଡି ହୋଇ ପୁଣି ଆଗାଏ

ଜ୍ୟୋସ୍ନାବିଧୈ।ତ ରଜନୀର ଶୀତଳତା ଅବା ଏକା ଏକା

ଉଆଁସର ଅମା ପ୍ରଭାବ ପଡେନି

ହେଲେ ମୁଖାପିନ୍ଧା ଆତ୍ମୀୟ ମାନଙ୍କୁ ଦେଖି ଥରିଉଠେ

ଆସୁ ଝଡଝଞ୍ଜା ଅଗ୍ନିର ବିତ୍ପାତ

ଖାତିର ନାହିଁ ମୋର

ସଂଗ୍ରାମ ମୋର ଭବିତବ୍ୟ

କର୍ମ,ଧର୍ମ ପରା ମୋର କର୍ତ୍ତବ୍ୟ

ଆସୁ ଅଗ୍ନିର ସ୍ଫୁଲିଙ୍ଗ ଅବା ଭୂମିକମ୍ପ

ପ୍ରତିରୋଧ କରିବ ମୋ ରୁଧିରେ ଗ୍ରଧିତ

କ୍ଲେଶ ନାହିଁ ଦୁଃଖ ନାହିଁ

ପ୍ରବାହିତ ଘର୍ମ ପାଇଁ

ଏଇ ତ ଜୀବନ!

ଜୀବନର ଜୀବନ ଜୀବିକା

ଚାଲୁଥିବା ପ୍ରସାରିତ ପଥେ ଏକା ଏକା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational