STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଜୀବନର ମୋଡ଼

ଜୀବନର ମୋଡ଼

1 min
352

ଅଟେ କର୍ମମୟ    ମନୁଷ୍ୟ ଜୀବନ

    କେତେ ମୋଡ଼ ଜୀବନରେ,

କରେ କେଉଁ ମୋଡ଼  ଆଘାତ ଅତିହିଁ

    ବିଚଳିତ ଜୀବନରେ।


ନଡ଼ରିବୁ ଭାଇ     କିଛି ଭୟ ନାହିଁ

    କରିବୁ ତୁ ଅଙ୍ଗିକାର,

ଜୟ ପରାଜୟ     ଜୀବନ ଯାତ୍ରାର

    ଜୀବନର ଶୁତ୍ରଧାର।


କର୍ମ ବଳୁ ତୁହି    ବିଜୟ ହୋଇବୁ

   କର୍ମେ ଅହର୍ନିଶି ଥିବୁ,

ହୋଇବୁ ସଫଳ    କର୍ମ ଓ କର୍ତ୍ତବ୍ୟେ

   କର୍ମଯୋଗୀ ହୋଇଥିବୁ।


ବିଶ୍ୱାସ ଉଦ୍ୟମ    କର୍ମ ଶକ୍ତି ବଳୁ

   ସବୁ ମୋଡ଼ ହେବ ଜୟ,

ଅସାଧ୍ୟ ସାଧିବୁ    ନିଜ କାର୍ଯ୍ୟ ବଳୁ

   ହେବ ସବୁ କ୍ଷେତ୍ର ଜୟ।


ଦୁଃଖ ସୁଖ ପରା   ମୋଡ଼ ଜୀବନର

   ନୁହେଁ ସେହୁ ଚିରକାଳ,

ପ୍ରଭୁଙ୍କ ଭିଆଣ    ସୁଖ ଦୁଃଖ ପରା

   ଜୀବନ ହୁଏ ନିର୍ମଳ।


ସଫଳତା ପରା    କର୍ମ ବଳୁ ହୁଏ

   ସତ୍ୟର ବଚନ ଯହିଁ,

କର୍ତ୍ତବ୍ୟ ପଥରେ    କର୍ମ କରୁଥିଲେ

   ନିଶ୍ଚୟ ବିଜୟ ତହିଁ।


ନିରାଶ ନହୁଅ     ଦୁଃଖକଷ୍ଟେ ଭାଇ

   ଏହୁତ ଜୀବନ ପରା,

କର୍ମ କରୁ ଥିଲେ    ନିର୍ଭୟ ହୋଇଣ

   ବିଜୟ ଜୀବନେ ସାରା।


ନିର୍ଵିକ ହୋଇଣ    କର୍ମ କରୁଥିବୁ

   ଆସୁ ଯେତେ କଷ୍ଟ ମୋଡ଼,

ହୋଇବୁ ବିଜୟ    ପରିଶ୍ରମ ବଳୁ

   ସାରା କଷ୍ଟ ଦୁଃଖ ମୋଡ଼।


ସତ୍ୟ ଧର୍ମ ତ୍ୟାଗ   ପ୍ରେମ ନିସ୍ବାର୍ଥର

   କରି ଥିବୁ କର୍ମ ମନ୍ତ୍ର,

ଅସାଧ୍ୟ ସାଧନା     କରିବୁ ନିଶ୍ଚୟ

   ଭକ୍ତିପ୍ରେମ ପ୍ରଭୁମନ୍ତ୍ର।


କର୍ମ ଜ୍ଞାନ ଅଟେ    ଜୀବନର ଶ୍ରେଷ୍ଠ

   ଗୀତା ଜ୍ଞାନ ରଖି ଥିବୁ,

କର୍ମ ଯୋଗୀ ହୋଇ   କର୍ମ କରୁଥିଲେ

   ଜୀବନେ ସଫଳ ହେବୁ।


ନିତ୍ୟେ ଗୁରୁଜନେ    ରଖିବୁରେ ଭକ୍ତି

  ସେବା ପିତୃମାତୃ ନିତ୍ୟେ,

ବ୍ରହ୍ମାଣ୍ଡ ଠାକୁରେ     ଶ୍ରଦ୍ଧା ରଖି ଥିବୁ

  କରୁ ଥିବୁ କର୍ମ ନିତ୍ୟେ।


ରାଷ୍ଟ୍ର ସେବା ତୋର   ଜୀବନେ କର୍ତ୍ତବ୍ୟ

  ସେବା ପ୍ରେମଟି ଜୀବନେ,

ଜୀବନ ଯାତ୍ରାରେ     ଗୌରବ ପାଇବୁ

  ସମ ଭାବ ଗୃହ ଜନେ।


ପ୍ରତ୍ୟେକ ସ୍ଥିତିରେ    ହୋଇବୁ ବିଜୟ

  ଥିବୁ କର୍ତ୍ତବ୍ୟରେ ଯହିଁ,

ସମର୍ପଣ ଭାବ      କର୍ତ୍ତବ୍ୟ ପଥରେ

  କର୍ମ ଶକ୍ତି ଥିବ ଯହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract